ଚଞ୍ଚଳ ହୋଇଛି ପ୍ରଶାସନ ଆଶା ଉଦଜୀବିତ

0 188

ବଲାଙ୍ଗୀର,୨୬/୯- ଜିଲ୍ଲା ମୁଖ୍ୟତଃ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି 20ଟି ଆଇସିୟୁ ଏଚଡିୟୁ ବେଡ୍ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ପ୍ରସ୍ତୁତ କରାଯାଇଛି । କିଛି ଦିନ ପୂର୍ବରୁ ଡାଇଲେସିସ ସୁବିଧା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ମହଲରେ ଆଇସିୟୁ ଶଯ୍ୟା ବୃଦ୍ଧି ପାଇଁ ଦାବୀ ହେଉଥିଲା । ବିଳମ୍ବ ହେଲେ ମଧ୍ୟ କମ୍ ସମୟରେ ଅତିରିକ୍ତ 20ଟି ଆଇସିୟୁ ଏଚଡିୟୁ ଶଯ୍ୟା ପ୍ରସ୍ତୁତ ଯୋଗୁଁ ବିଭିନ୍ନ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି। ସେହିପରି ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଆଜି ଠାରୁ ବଲାଙ୍ଗୀର ପୌରପରିଷଦ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି । ଜଣେ ଜଣେ ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ନେତୃତ୍ବରେ 5ଟି ପୋଲିସ୍ ଟିମ୍ କଟକଣା ଉଲଙ୍ଘନ କାରୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ବୁଲି ବଲି ତାଗିଦ କରିବା ସହ ଦଣ୍ଡ ବିଧାନ କରୁଛନ୍ତି।ଜିଲ୍ଲାପାଳ ,ଉପ ଜିଲ୍ଲାପାଳ, ପୌରପରିଷଦ କାର୍ଯ୍ୟନିବାହୀ ଅଧିକାରୀ ପ୍ରମୁଖ ବରିଷ୍ଠ ପଦାଧିକାରୀ ତଦନ୍ତ କରୁଛନ୍ତି । ବେଶ କିଛି ଦିନର ନୀରବତା ପରେ ବିଶେଷତଃ ଚଞ୍ଚଳ ରାଣା ଜିଲ୍ଲାପାଳ ଦାୟିତ୍ୱ ସମ୍ଭାଳିବା ପରେ ଚାଞଳ ପ୍ରଶାସନକୁ ଦେଖି ଲୋକେ କିଛିଟା ଆଶ୍ବସ୍ତି ଅନୁଭବ କରୁଥିବା ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

ten + 7 =