ବୌଦ୍ଧ,:ପ୍ରବାସୀ ଶ୍ରମିକ ମାନଙ୍କୁ ଓଡିଶାକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ଘୋଷଣା କରିବାପରେ ବାହାରେ ରହୁଥିବା ଓଡିଆ ଶ୍ରମିକଙ୍କ ମନରେ ଘରକୁ ଫେରିବାର ଆଶା ସଂଚାର ହୋଇଥିଲା । ହେଲେ ଏବେ ତାହା ଧୂଆଁବାଣରେ ପରିଣତ ହୋଇଛି । ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାଂପୋଚ ଗ୍ରାମ ପଞ୍ଚାୟତ ବରଝୁଲି ଗ୍ରାମର ୩ଜଣ ଶ୍ରମିକ ଘରକୁ ଫେରିବା ଆଶାରେ ପଡିରହିଛନ୍ତି ତାମିଲନାଡୁ ରାଜ୍ୟ ଇରୋଡ ରେଳଷ୍ଟେସନବାହାରେ ଏକ ଗଛମୂଳେ ଭୋକ ଉପାସରେ ।
ବରଝୁଲି ଗ୍ରାମର ବବ୍ରୁ ମହାନନ୍ଦିଆ, ମଧୁସୂଦନ ମହାନନ୍ଦିଆ ଓ ମାନଭଞ୍ଜନ ମହାନନ୍ଦିଆ ସୋନପୁର ଜିଲ୍ଲା ସିଂଘିଯୁବା ଗ୍ରାମର ଜଣେ ଶ୍ରମିକ ଦଲାଲ ପବିତ୍ର ଛୁରିଆଙ୍କ ଜରିଆରେ ୮ମାସ ତଳେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଇରୋଡ ଜିଲ୍ଲା ପେରମଦୁରାଇ ଥାନା ଅନ୍ତର୍ଗତ କିନ୍ନିପାଲିୟମ ଗ୍ରାମରେ ଥିବା ଶ୍ରୀଦେବୀ ସ୍ପିନିଂ ମିଲରେ ଶ୍ରମିକଭାବେ କାମ କରୁଥିଲେ । ଲକଡାଉନରେ କାରଖାନା ବନ୍ଦ ହେବାରୁ ସେଠାରେ ପଡିରହିବା ପରେ ଏବେ ଘରକୁ ଆସିବାପାଇଁ ଦୁଇଦିନ ହେଲା ପଡିରହିଛନ୍ତି ଇରୋଡ ରେଳଷ୍ଟେସନ ବାହାରେ । ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧ ଆଦି ଜିଲ୍ଲାର ପ୍ରାୟ ୮୦ଜଣ ଓଡିଆ ଶ୍ରମିକ ଏହି ମିଲ୍ରେ କାମ କରୁଛନ୍ତି । ଘରକୁ ଆସିବା ପାଇଁ ବସ୍ ଭଡା ବାବାଦକୁ ଦଲାଲ ପବିତ୍ର ଛୁରିଆ ଶ୍ରମିକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ମାଗିବାରୁ କାହାପାଖରେ ସେତିକି ଟଙ୍କା ନଥିବାରୁ ସମସ୍ତେ ସେଠାରେ ପଡିରହିଛନ୍ତି । ଏ ୩ଜଣ ଯୁବକ ମାଲିକଙ୍କ କହି ଚାଲିଆସିଛନ୍ତି ।
ବରଝୁଲି ଗ୍ରାମର ଏହି ୩ଜଣ ଯୁବକଙ୍କ ପରିବାର ପ୍ରବାସୀ ଓଡିଆଭାବେ ଘରକୁ ଫେରିବାପାଇଁ ସାଂପୋଚ ପଞ୍ଚାୟତରେ ନାମ ପଞ୍ଜିକରଣ କରାଇଛନ୍ତି । ସେମାନେ ମଧ୍ୟ ଅନଲାଇନରେ ଓ ଇରୋଡ ଜିଲ୍ଲା ପ୍ରଶାସନ ନିକଟରେ ଘରକୁ ଫେରିବାପାଇଁ ପଞ୍ଜିକରଣ କରିଛନ୍ତି । ମାତ୍ର ଘରକୁ ଫେରିବାପାଇଁ ନା ତାମିଲନାଡୁ କିମ୍ବା ଓଡିଶା ସରକାର କୌଣସି ପଦକ୍ଷେପ ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନେ ମିଲରେ ଘରକୁ ଯିବାକୁ କହି ଚାଲିଆସିଥିଲେ ମଧ୍ୟ ଟ୍ରେନ ନଥିବାରୁ ଅସହାୟ ଅବସ୍ଥାରେ ରେଳଷ୍ଟେସନ ବାହାରେ ପଡିହିଛନ୍ତି ।
ବୌଦ୍ଧ ଜିଲ୍ଲାପାଳ ଉକ୍ତ ଶ୍ରମିକମାନଙ୍କର ଘରକୁ ଫେରିବା ପାଇଁ ପଦକ୍ଷେପ ନେବାକୁ ଶ୍ରମିକମାନଙ୍କ ପରିବାରବର୍ଗ ଅନୁରୋଧ କରିଛନ୍ତି । ମାନବିକତା ଦୃଷ୍ଟିକୋଣରୁ ବୌଦ୍ଧଜିଲ୍ଲା ପ୍ରଶାସନ ଇରୋଡ ପ୍ରଶାସନ ସହ ଯୋଗାଯୋଗ କରି ଏମାନଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post