ବୌଦ୍ଧରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

0 381

ବୌଦ୍ଧ:- ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣମାନେ ସକାଳ ସାଢେ ୮ଟା ସମୟରେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ପୂଜକଙ୍କ ଦ୍ୱାରା ପାରଂପରିକ ପୂଜାର୍ଚ୍ଚନା ସରିବାପରେ ୧୧ଟା ୩୫ ମିନିଟ ସମୟରେ ମହାନଦୀ ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ବେଶକାରୀମାନେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ହାତୀବେଶରେ ସଜାଇଥିଲେ । କରୋନା ପାଇଁ କଟକଣା ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ମନା କରାଯାଇଥିଲା । ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ଜିଲ୍ଲାପ୍ରଶାସନ ତରଫରୁ ବୌଦ୍ଧ ତହସିଲଦାର ସନତ କୁମାର ନାଏକ ଓ ଦେବୋତ୍ତର ମ୍ୟାନେଜର ତଥା ସହକାରୀ ଜିଲ୍ଲାପାଳ ସତ୍ୟଜିତ ମହାପାତ୍ର ତଦାରଖ କରିଥିଲେ । ମନ୍ଦିର ଉପଦେଷ୍ଟା ବୋର୍ଡର ସଭାପତି ରଘୁନାଥ ଷଡଙ୍ଗୀ, ସଂପାଦକ ବିଶ୍ୱଜିତ ମିଶ୍ର, ବ୍ରାହ୍ମଣ ସମାଜର ସଂପାଦକ ତଥା ମନ୍ଦିର କମିଟି ସଦସ୍ୟ ଶଙ୍କର ପ୍ରସାଦ ପୁରୋହିତ, ଦେବାଶିଷ ପୁରୋହିତ, ସନ୍ତୋଷ ଶତପଥୀ ପ୍ରମୁଖ ଦେବସ୍ନାନ ଉତ୍ସବର ପରିଚାଳନା କରିଥିଲେ । ପୂଜକ ବିଭୁଦତ୍ତ ପଣ୍ଡା ସମସ୍ତ ଦେବନୀତି ସଂପନ୍ନ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − 9 =