ଗ୍ରାମାଞ୍ଚଳ ସୁରକ୍ଷା ସମିତି କନ୍ଧମାଳର ପକ୍ଷରୁ ସହୀଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0 154

ଫୁଲବାଣୀ: ଚୀନ ର ବିବାଦୀୟ ସୀମା ଲଦାଖର ଗଲୱାନ ଘାଟିରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ୨୦ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ବୀର ଓଡ଼ିଆ ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା ର ନନ୍ଦୁରାମ ସୋରେନ ଯିଏକି ଦେଶମାତୃକାଙ୍କ ପାଇ ଶତ୍ରୁ ସହିତ ଦୃଢ଼ ଭାବେ ସଂଘର୍ଷ କରି ପ୍ରାଣବଳି ଦେଇଛନ୍ତି । ତାଙ୍କର ଆତ୍ମବଳି ପାଇଁ କନ୍ଧମାଳ କାହିଁକି ସାରା ଓଡିଶା , ସମଗ୍ର ଓଡିଆଜାତିର ଗର୍ବରେ ଛାତି ଫୁଲିଉଠୁଛି । ଆଜି ନେତା, ଜନତା ସମସ୍ତେ ମର୍ମାହତ , ଶୋକରେ ଜର୍ଜରିତ, ତଥାପି ସହିଦ ଚନ୍ଦ୍ରକାନ୍ତ ଓ ତାଙ୍କ ପରିବାର ପ୍ରତି ପଲ୍ଲୀରୁ ସହର ପର୍ଯ୍ୟନ୍ତ ସମସ୍ତେ ସମବେଦନା ଜଣାଇବା ସଂଗେ ସ୍ୱର୍ଗୀୟ ଆତ୍ମାର ସଦଗତି ପାଇଁ କନ୍ଧମାଳ ଜିଲ୍ଲା ର ଗ୍ରାମାଞ୍ଚଳ ସୁରକ୍ଷା ସମିତିର ସଭାନେତ୍ରୀ ତଥା ଗୁଡାରି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି କହଁର, ପୁରାଣ ବେହେରା ସମ୍ପାଦକ, ବରୁଣ ବେହେରା ଉପସଭାପତି , ଦୁର୍ବାସା ସେଠି ମୁଖ୍ୟ ଉପଦେଷ୍ଟା ଏବଂ ତ୍ରିନାଥ ମାଝୀ ଅବସର ପ୍ରାପ୍ତ ସୈନିକଙ୍କ ନେତୃତ୍ୱରେ ସହସ୍ରଧିକ ପୁରୁଷ ମହିଳାମାନଙ୍କ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମାଦି କୁନ୍ଦା ଛକରୁ ବାହାରି ଫୁଲବାଣୀ ମୁଖ୍ୟ ସହର ଦେଇ ଗୋପବନ୍ଧୁ ଛକରେ ପହଞ୍ଚିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ରାସ୍ତାର ଉଭୟ ପାର୍ଶରେ ଥିବା ସମବେତ ଜନତା ଦୁଃଖରେ ଅଭିଭୂତ ହୋଇପଡିଥିବା ଦେଖାଯାଇଥିଲା । ସମସ୍ତଙ୍କ ମୁହଁରୁ ଶୁଭୁଥିଲା ଚନ୍ଦ୍ରକାନ୍ତ ଅମର ରହେ, ଚନ୍ଦ୍ରକାନ୍ତ ଅମର ରହେ , ଭାରତ ମାତାକି ଜୟ ଧ୍ୱନିରେ ଫୁଲବାଣୀ ସହର ପ୍ରକମ୍ପିତ ହେଉଥିଲା । ଶୋଭାଯାତ୍ରା ଗୋପବନ୍ଧୁ ଛକରେ ପହଞ୍ଚିସାରିବାପରେ ଚନ୍ଦ୍ରକାନ୍ତଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜନତାଙ୍କୁ ସଭାନେତ୍ରୀ ଗୀତାଞ୍ଜଳି କହଁର ସାଧୁବାଦ ଜଣେଇ ଶୋଭାଯାତ୍ରାର ସମାପ୍ତି ଘେଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

two × 1 =