୩ଟି ପଜିଟିଭ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ଗ୍ରୀନଜୋନରେ

0 127

ସମ୍ବଲପୁର: ସମ୍ବଲପୁରରେ ତିନୋଟି କରୋନା ପଜିଟିଭି ମାମଲା ଲୋକଲୋଚନକୁ ଆସିଛି । ଏହାସତ୍ତ୍ୱେ ଏହି ଜିଲ୍ଲାଟି ବର୍ତ୍ତମାନ ସୁଦ୍ଧା ଅରେଞ୍ଜ ଜୋନ ଘୋଷିତ ନହୋଇ ଗ୍ରୀନଜୋନରେ ରହିଛି । ଏ ବିଷୟରେ ପଚାରି ବୁଝିବାରୁ ଜଣାପଡିଛି ଯେ ସମ୍ବଲପୁର ଜିଲ୍ଲାର ଏହି ତିନୋଟି ଯାକ ମାମଲା କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆସିଛି ଯାହାକି ସଂପୂର୍ଣ୍ଣ ରୁପେ ନିୟନ୍ତ୍ରଣାଧୀନ ତେଣୁ ସେମାନଙ୍କ ଜରିଆରେ ସମାଜରେ ସଂକ୍ରମଣର କୌଣସି ଆଶଙ୍କା ନାହିଁ । ଏଣୁ ଲକଡାଉନ ଚତୁର୍ଥ ପର୍ଯ୍ୟାୟର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିଛି । ଏହି ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ଯଦି ଚାହିଁଲେ କିଛି ପରିବର୍ତ୍ତନ ଆଣିପାରନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କୌଣସି ପରିବର୍ତ୍ତନ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଧିସୂଚନା ଜାରି କରାଯାଇନାହିଁ । ଏଣୁ ଚତୁର୍ଥ ପର୍ଯ୍ୟାୟର ସମସ୍ତ ସୁବିଧା ଏଠାରେ ବଳବତ୍ତର ରହିଛି । ଅନ୍ୟପଟେ ଯଦି ଏପରି କୌଣସି ଗୋଟିଏ ପଜିଟିଭ କେସ କାହାରି ଘରୁ ବାହାରିଥିଲେ ସ୍ଥିତି ବିଗିଡିବା ଆଶଙ୍କା ରହିଥାନ୍ତା ଓ ସେପରି ସ୍ଥଳେ ସମ୍ବଲପୁର ଜିଲ୍ଲାରେ ଅରେଞ୍ଜ ଜୋନରେ ରଖାଯାଇଥାଆନ୍ତା ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

18 − 4 =