କରୋନା ମୁକାବିଲାରେ ଅବହେଳା : ରାତିସାରା ଏଣେତେଣେ ବୁଲିଲେ ପ୍ରବାସୀ ଶ୍ରମିକ

0 664

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟରେ କେତେ ସଚେତନ ତା\’ର ନଗ୍ନ ନମୂନା ଦେଖିବାକୁ ମିଳିଥିଲା ହରଭଙ୍ଗା ସଦର ମହକୁମା ଚାରିଛକରେ । ବାଙ୍ଗାଲୋର ଓ କେରଳରୁ ଭୁବନେଶ୍ୱର ଯାଏଁ ନିଜ ଖର୍ଚ୍ଚରେ ରେଳ ଯୋଗେ ଓ ଭୁବନେଶ୍ୱରରୁ ବସଯୋଗେ ସନ୍ଧ୍ୟା ସମୟରେ ଚାରିଛକ ଫେରିଥିଲେ । ସେମାନେ ବ୍ଲକ ନୋଡାଲ ଅଫିସର ଦାୟିତ୍ୱରେ ଥିବା ନୋଡାଲ ଅଫିସର ତଥା ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡନାୟକଙ୍କୁ ଯୋଗାଯେଗ କରି ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇବାକୁ ଅନୁରୋଧ କରିଥିଲେ । ହେଲେ ସେମାନଙ୍କୁ ହତାଶ ହେବାକୁ ପଡିଥିଲା । ସଙ୍କୁଲେଇ ପଞ୍ଚାୟତର ୪ ଓ ରାଧାନଗର ପଞ୍ଚାୟତର ୧ ଏହି ୫ଜଣ ଶ୍ରମିକ ଚାରିଛକ ବଜାରରେ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ ଏଣେତେଣେ ହେଉଥିଲେ ରାତି କଟାଇବା ପାଇଁ । ସେମାନଙ୍କୁ ବନ୍ଧାପଥର କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବ କିନ୍ତୁ ବ୍ଲକ ନୋଡାଲ ଅଧିକାରୀଙ୍କ ପାଖରେ କୌଣସି ଯାନବାହାନ ନାହିଁ ସେମାନଙ୍କୁ ପଠାଇବା ପାଇଁ ବୋଲି ଶ୍ରୀ ଗଡନାୟକ କହିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିମାନେ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବାରୁ ସେମାନେ ଗାଡି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଇ-ମେଲ କରିଛନ୍ତି କିନ୍ତୁ ଗାଡି ପହଞ୍ଚିନଥିବା ସଫେଇ ଦେଇଥିଲେ । ଗାଡି ନଆସିଲେ ସେମାନେ ଚାରିଛକ ସ୍କୁଲରେ ରାତିଏ ଶୋଇପଡିବେ ବୋଲି ପ୍ରକାଶ କରିଥିଲେ ।

hiring


କୋଭିଡ ଦାୟିତ୍ୱରେ ଥିବା ଅଧିକାରୀମାନେ ପରସ୍ପରକୁ ଦୋଷ ଦେବା ଓ କୌଶଳକ୍ରମେ ନିଜ ଦାୟିତ୍ୱରୁ ଖସିଯିବା ବୌଦ୍ଧ ଜିଲ୍ଲାରେ ଏକ ସାଧାରଣ ଘଟଣା । ହରଭଙ୍ଗା ବ୍ଲକର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକରୁ ୨୯ଗୋଟି କରୋନା ପଜିଟିଭ ବାହାରି ସାରିଥିବା ପରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଏତାଦୃଶ ଆଚରଣକୁ ଜନସାଧାରଣରେ ନାପସନ୍ଦ କରାଯାଉଛି । କୋଭିଡ କାର୍ଯ୍ୟରେ ଅନେକ ଘରୋଇ ଗାଡି ଭଡ ସୂତ୍ରରେ ଲଗାଇ କିଛି ଅଧିକାରୀ ନିଜ ବ୍ୟକ୍ତିଗତ ବ୍ୟବହାରରେ ବାହାର ଜିଲ୍ଲାକୁ ନେଉଥିବା ବେଳେ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ଛାଡିବାକୁ ଗାଡି ନଥିବା କହିବା ଏକ ହାସ୍ୟାସ୍ପଦ କଥା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

one × three =