ହୋମ କ୍ୱାରେଣ୍ଟାଇନରେ ଡାକ୍ତର : ତାଙ୍କ ପାଖରେ ଚିକିତ୍ସା ହୋଇଥିବା ରୋଗୀଙ୍କ ଚିନ୍ତା ବଢିଲା

0 1,556

ବୌଦ୍ଧ:ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜନୈକ ମହିଳାଙ୍କ କରୋନା ପଜିଟିଭ ବାହାରିବାପରେ କିଛିଦିନ ଆଗରୁ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଗତକାଲିଠାରୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଡାକ୍ତରଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯିବାପରେ ଶେଷସମୟ ପର୍ଯ୍ୟନ୍ତ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିବା ସାଧାରଣରୋଗୀମାନେ ଚିନ୍ତାରେ ପଡିଯାଇଛନ୍ତି । ଡାକ୍ତରଙ୍କ ପରୀକ୍ଷା ରିପୋର୍ଟକୁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବାବେଳେ ଜନସାଧାରଣରେ ମଧ୍ୟ ଚିନ୍ତା ବଢିଯାଇଛି । ସଂପୃକ୍ତ ଡାକ୍ତର ଜଣେ ବିଶେଷଜ୍ଞ ଓ ବୌଦ୍ଧରେ ତାଙ୍କର ସୁନାମ ରହିଛି । ପ୍ରତିଦିନ ସାଧାରଣ ରୋଗୀମାନେ ଚିକିତ୍ସିତ ହେବାପାଇଁ ଶହଶହ ସଂଖ୍ୟାରେ ଡାକ୍ତରଙ୍କ ସରକାରୀ କ୍ୱାର୍ଟର ଓ ଆଉଟଡୋରକୁ ଆସିଥାନ୍ତି । ଲକ୍ଷ୍ମୀପ୍ରସାଦ ଖମାରସାହିର କରୋନା ସଂକ୍ରମିତ ଯିଏକି ବର୍ତ୍ତମାନ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେ ଓ ତାଙ୍କର ପରିବାର ବିଭିନ୍ନ ଲୋକଙ୍କ ସହିତ ଦୈନନ୍ଦିନ ମିଳାମିଶା କରିଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଛି ।
ବର୍ତ୍ତମାନ ସମସ୍ତଙ୍କ ନଜର ସଂପୃକ୍ତ ଡାକ୍ତର ଓ କରୋନା ସଂକ୍ରମିତ ମହିଳାଙ୍କ ପରିବାର ସଦସ୍ୟଙ୍କ ସଂଗୃହିତ ସ୍ୱାବର ରିପୋର୍ଟ ଉପରେ ରହିଛି । ଏଥିସହିତ ସହିତ ଶହଶହ ଲୋକ ସଂପର୍କରେ ଆସିିଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ଆସିବାପରେ ଲୋକେ ଆଶ୍ୱସ୍ତ ହେବେ କିମ୍ବା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି । ସବୁଠାରୁ କୌତୁହଳର ବିଷୟ ହେଲା ରୋଗୀଙ୍କ ନିକଟରେ କରୋନାର ସବୁ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ସଂପୃକ୍ତ ବିଶେଷଜ୍ଞ, ଡାକ୍ତର ରୋଗୀଙ୍କୁ କୋଭିଡ ଫରୀକ୍ଷା ପାଇଁ କାହିଁକି ପରାମର୍ଶ ଦେଇନଥିଲେ । ଯଦି ଦେଇଥିଲେ ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବାରେ କାହିଁକି ଅବହେଳା କରିଥିଲେ ? ଏ ପ୍ରଶ୍ନ ଜନସାଧାରଣରେ ଉଙ୍କି ମାରୁଥିବାବେଳେ ପ୍ରଶାସନ ମଧ୍ୟ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

9 + 6 =