ମହାନଗର ନିଗମ ଅଫିସ ପାଖରେ ଜଳସଙ୍କଟ

0 53

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଫିସ ପାଖରେ ଥାଇ ମଧ୍ୟ ଦଳେଇପଡା ନିବାସୀ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ସତ୍ତ୍ୱେ ସେଠାକାର ସ୍ଥିତିରେ ଅପେକ୍ଷିତ ଉନ୍ନତି ହେଉନାହିଁ । ପାଖରେ ମହାନଦୀ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୁଆପାଧୁଆ ତ କରିପାରନ୍ତି ହେଲେ ପିଇବା ପାଣି ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଦଲେଇପଡା ପାଇଁ ଜଳସଙ୍କଟ ବିଗତ ୨୦୧୩ରୁ ଲାଗିରହିଛି ଓ ଏହାର ସମାଧାନ ଦାବିରେ ସେଠାକାର ଲୋକେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଆସୁଛନ୍ତି ହେଲେ ଏହାର ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ସେ ଅଞ୍ଚଳରେ ପାଇପ ବସାଯିବା ସମୟରେ କିଛି ସମସ୍ୟା ଦେଖାଯାଇଥିଲା ସେତେବେଳେ ତାହାର ସମାଧାନ ସ୍ଥାୟୀ ରୂପେ ନକରି ସାମାନ୍ୟ ଆଶୁ ସମାଧାନ ବଳରେ ମୂଳ ସମସ୍ୟାକୁ ଏଡାଇ ଦିଆଯାଇଥିଲା । ଏଣୁ ସେଠାରେ ସେହି ସମସ୍ୟା ବାରମ୍ବାର ଦେଖାଯାଉଛି । ଗତବର୍ଷ ତ ସେଠାରେ ପାଣି ପାଇପ ମରାମତି ନାମରେ ରୋଡ ଉପରେ ଖୋଲା ଗାତ ଯୋଗୁଁ ପ୍ରାୟ ୭ଦିନ ଯାଏଁ ବାଟବନ୍ଦ ରଖାଯାଇଥିଲା । ଏହାଦ୍ୱାରା କିିଛିଦିନ ଜଳଯୋଗାଣ ସାମାନ୍ୟ ରହିଲା କିନ୍ତୁ ପରେ ସ୍ଥିତି ସେହିଭଳି ହେଲା । ଏବର୍ଷ ବିଗତ ଦିନରେ ପୁଣି ସମସ୍ୟା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସମସ୍ୟାରେ ସ୍ଥାୟୀ ସମାଧାନ ପାଇଁ ଦାବି କରିଯାଉଛି ।

hiranchal ad1
Leave A Reply

Your email address will not be published.

20 − 18 =