ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

0 43

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ପଞ୍ଜୀକରଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ୩୦୦ରୁ ଅଧିକ ଯୁବ ଛାତ୍ର ସ୍ୱତପ୍ରବୃତ ଭାବେ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ବିଜେଡ଼ି ସହ ସମ୍ପାଦକ ରୁଦ୍ର ସାମନ୍ତରାୟ, ଯୁବନେତା ବିଭୁଡୁତ୍ତ ରଥ, ଦିଲ୍ଲୀପ ଦାସ ଶର୍ମା, ନରେନ୍ଦ୍ର ବିଶ୍ୱାଳ, ଲୋକେଶ କୁମାର, ଅକ୍ଷୟ ସ୍ୱାଇଁ , ଶିବାନନ୍ଦ ତାଡ଼, ଦୀପକ ନାୟକ, ରାଜୀବ ନୟନ, ସୌମ୍ୟ ରଞ୍ଜନ ପ୍ରଧାନ, ଅନନ୍ତ ରେଡ୍ଡୀ, ସର୍ବଜିତ୍‌ ସାହୁ ସୋମନାଥ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − thirteen =