ଶ୍ରୀମନ୍ଦିରରେ ଦୋଳଯାତ୍ରା ଆରମ୍ଭ

0 53

ପୁରୀ : ଶ୍ରୀମନ୍ଦିରରେ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି । ସାତଦିନ ଧରି ଏହି ଉତ୍ସବ ପାଳିତ ହେବାର ବିଧି ପରମ୍ପରା ରହିଛି । ଦୋଳ ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ ପ୍ରତିପଦାରେ ଶେଷ ହୋଇଥାଏ । ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରାର ପ୍ରସିଦ୍ଧି ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦଙ୍କ ଦୋଳଯାତ୍ରା ଶ୍ରୀକ୍ଷେତ୍ରର ଓ ଶ୍ରୀମନ୍ଦିରର ମାହାତ୍ମ୍ୟ ପୃଥକ ଭାବେ ଚିହ୍ନାଇ ଦିଏ ।
ଆଜି ଦୋଳ ଯାତ୍ରାର ଅୟମଆରମ୍ଭ ହୋଇଥିବା ବେଳେ ପବିତ୍ର ଫଗୁ ଦଶମୀ ନୀତି ପାଳିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଅବସରରେ ଅନୁଷ୍ଠିତ ହେବ ଚାଚେରୀ ବେଶ ଓ ଚାଚେରୀ ଭୋଗ । ମହାପ୍ରଭୁଙ୍କୁ ଚନ୍ଦନ ଓ ପ୍ରସାଦ ଲାଗି କରାଯିବା ସହ ଝିମିରି ଫଗୁ ଲାଗି ହୋଇ ବନ୍ଦାପନା ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ଆଭୁଷଣରେ ଶ୍ରୀଜୀଉ ମାନଙ୍କୁ ଆଜି ବିଭୂଷିତ କରାଯିବା ସହ କର୍ପୁର ଆଳତୀ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତି କରାଯିବ । ଆଜିଠାରୁ ୫ଦିନ ଧରି ଶ୍ରୀଜୀଉଙ୍କ ବିଶେଷ ନୀତି, ବେଶ ଓ ଭୋଗ କରାଯିବା ନେଇ ବିଧି ରହିଛି ।

hiranchal ad1
Leave A Reply

Your email address will not be published.

fourteen − six =