ଆରଟିଓ-୧ ଓ ରାଜ୍ୟ ଅତିଥି ଭବନର ନୂତନ ବିଲ୍ଡିଂ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0 100

ଭୁବନେଶ୍ୱ: ଭୁବନେଶ୍ୱର ଆଚାର୍ଯ୍ୟବିହାର ଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲ୍ଡିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଂଟର ମଧ୍ୟ ଶୁଭାରମ୍ଭ ହୋଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ୨୭ କୋଟି ଟଙ୍କା ବ୍ୟୟରେ ୫୪୮୮ ବର୍ଗ ମିଟର ପରିମିତ ଅଂଚଳରେ ନିର୍ମିତ ରାଜ୍ୟ ଅତିଥି ଭବନର ନୂତନ ଗୃହ ଓ ଡୁମଡୁମା ଠାରେ ଆଇଟିସି ଗ୍ରୁପ୍‌ ର ହୋଟେଲର ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟର ଆଉ ୬ ଟି ସହରରେ ସ୍ମାର୍ଟ ଆରଟିଓ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

hiring


ଅତିଥି ଭବନର ନୂତନ ଗୃହରେ ୧୫ଟି ଭିଆଇପି ସ୍ୟୁଟ୍‌ ଓ ୪୧ଟି ଡିଲକ୍ସ ରୁମ୍‌ ରହିଛି ଯେଉଁଠାରେ ଓଡିଶାର କଳା ଓ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିବ । ସେହିପରି ୩ ଟି ମହଲା ବିଶିଷ୍ଟ ଆରଟିଓ-୧ର ନୂତନ ବିଲ୍ଡିଂ ରେ ୪୯୯୮.୩୦ ବର୍ଗଫୁଟ୍‌ ର ବେସମେଂଟ ରହିଛି । ଏଥିପାଇଁ ୩.୯୮ କୋଟି ଟଙ୍କା ବ୍ୟୟ କରାଯାଇଛି ।ଖୁବ୍‌ ଶୀଘ୍ର ଗଂଜାମ, ଭଦ୍ରକ , କଟକ,. ପୁରୀ , ବାଲେଶ୍ୱର ଓ ଅନୁଗୁଳରେ ସ୍ମାର୍ଟ ଆରଟିଓ ଖୋଲିବ ।

hiranchal ad1
Leave A Reply

Your email address will not be published.

fifteen + twenty =