ମଣ୍ଡିରେ ଖୋଲାଆକାଶ ତଳେ ପଡ଼ିଛି ୬୦୦୦ କୁଇଣ୍ଟାଲ ଧାନ

0 104

ସୋନପୁର : ଚାଷୀ ଙ୍କୁ ଘାରିଛି ଧାନବିକ୍ରୀ ଚିନ୍ତା। କଷ୍ଟ ଉପାର୍ଜିତ ଧାନ ଚାଷ କରି ଏବେ ବିକ୍ରି କରିନପାରି ଭାଗ୍ୟକୁ ଆଦରି ମୁଣ୍ଡରେ ହାତମାରି ବସିଛି ଚାଷୀ।ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିରେ ଧାନରଖି ଅପେକ୍ଷା କରିଛି କେବେ ଗାଡ଼ି ଆସିବ ଓ ସେ ତା ନିଜରଧାନକୁ ବିକ୍ରି କରିପାରିବ। ବିନିକା ବ୍ଲକ ର ଶଙ୍କରା ସମବାୟ ସମିତି ମଣ୍ଡିରେ ଚାଷୀ ମାନଙ୍କ ୬୦୦୦ ହଜାର କୁଇଣ୍ଟାଲ ଧାନବିକ୍ରୀ ଅପେକ୍ଷା ରେ ଖୋଲାଆକାଶ ତଳେ ପଡିଛି। ବାରମ୍ବାର ପ୍ୟାକ୍ସ ଅଧିକାରୀ ଙ୍କୁ କହିଲେ ସୁଦ୍ଧା କିଛି ଫଳନହେବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ମଧ୍ୟ ଦୃଷ୍ଟିଆକର୍ଷଣ କରାଯାଇଥିଲା ହେଲେ ସେମଧ୍ୟ କୌଣସି ପଦକ୍ଷେପ ନେଲେନାହିଁ ତେଣେ ଆସନ୍ନ ମୌସୁମୀ ବାୟୁ ର ଆଗମନକୁ ଦୃଷ୍ଟିରେ ରଖି ବର୍ଷା ହେଲେ ସମସ୍ତ ଧାନ ନଷ୍ଟ।ହୋଇଯିବା ର ଆଶଙ୍କା କରି ଆଜି ବିଜେପି ନେତା ବଳଦେବ ବେଦବାକ ଙ୍କ ନେତୃତ୍ୱରେ ଉକ୍ତ ଗ୍ରାମର ବିକ୍ରମାଦିତ୍ୟ ଶତପଥୀ, ପିତବାସ କର୍ମୀ, ସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସିମ୍ନାରେ ଧାରଣା ରେ ବସିବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କରକରା ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ତାଙ୍କୁ ଟାର୍ଗେଟ ଦିଆଯାଇଛି ଓ ଆଜିଧାନ ଉଠେଇ ବା ପାଇଁ ଗାଡ଼ି ଗଲାଣି ବୋଲି ପ୍ରକାଶ କରିଥିଲେ।

hiranchal ad1
Leave A Reply

Your email address will not be published.

5 + 15 =