କରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ସ°କ୍ଷିପ୍ତ ରୂପେ ଶୀତଲଷଷ୍ଠୀ ପାଳନ କରାଯିବ

0 103

ସମ୍ବଲପୁର :କରୋନା ସଙ୍କଟ ଓ ଘୋଷିତ ଲକଡାଉନ ଯୋଗୁଁ ଏଥର ଅଞ୍ଚଳର ପ୍ରମୁଖ ଧାର୍ମିକ ଓ ସା°ସ୍କୃତିକ ଉତ୍ସବ ରୂପେ ପରିଚିତ ଶୀତଲଷଷ୍ଠୀ ଯାତ୍ରା ପାଳନ ନାମରେ କୌଣସି ନାଚଗୀତ ଓ ଯାତ୍ରା ଉତ୍ସବ ପରିବର୍ତ୍ତେ ବିଧିରକ୍ଷା ସ୍ବରୂପ ମନ୍ଦିରମାନଙ୍କରେ କେବଳମାତ୍ର ପୂଜା ଅନୁଷ୍ଠାନ କରାଯିବ । ଏହି କାର୍ଯ୍ଯକ୍ରମ ରେ ସ୍ବଚ୍ଛତା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ନିୟମ କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ବିଭିନ୍ନ ମନ୍ଦିରମାନଙ୍କରେ ଗଠିତ ଆୟୋଜକ ସମିତିମାନଙ୍କ ପକ୍ଷରୁ ତଦାନୁସାରେ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଡବଜାର ସ୍ଥିତ ଶୀତଳେଶ୍ବର ବାବା ମନ୍ଦିର ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଗାମୀ ସୋମବାର ୨୫ ତାରିଖ ସକାଳ ୧୦ ଘଂଟା ସମୟରେରେ ପତରପେଁଡି ଅନୁଷ୍ଠିତ ହେବ ଏଥିରେ କେବଳ ୧୨ ଜଣ ସଦସ୍ୟ ଅଂଶ ଗ୍ରହଣ କରିବେ ଓ ସେମାନେ ପ୍ରଭୁ ମହାଦେବ ଙ୍କ ବିବାହ ପାଇଁ କନ୍ୟା ଅନ୍ବେଷଣରେ ବାହାରିବେ । ତହିଁ ଆରଦିନ ଅର୍ଥାତ ମଙ୍ଗଳବାର ୨୬ ତାରିଖ ସକାଳ ୧୦ ଘଣ୍ଟାରେ ହନୁମାନ ନିଉତା କରାଯିବ l ଏଥିରେ ପୂଜକ, ପଣ୍ଡିତ ଓ ଜଣେ ସଦସ୍ୟ ଭାଗ ନେବେ ଓ ମନ୍ଦିରମାନଙ୍କୁ ଯାଇ ବିଭାହଘର ପାଇଁ ସ୍ଥାନୀୟ ଦେବାଦେବୀ ମାନଙ୍କୁ ନିମନ୍ତ୍ରଣ କରିବେ l ତହିଁ ଆରଦିନ ବୁଧବାର ୨୭ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ବିବାହକାର୍ଯ୍ୟ ମନ୍ଦିର ଭିତରେ ଅନୁଷ୍ଠିତ ହେବ l ଏହି ବିବାହ ପରେ ଦେବଦମ୍ପତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନଗର ପରିକ୍ରମା କରିବାର ପରମ୍ପରା ରହିଛି, ଯାହାକି ଏଥର ହୋଇ ପାରିବ ନାହିଁ । ଏଣୁ ଗୁରୁବାର ୨୭ ତାରିଖ ଦିନ ମହାପ୍ରଭୁ ଶୀତଳେଶ୍ୱର ଓ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ପାଇଁ ଅନୁମତି ଆବେଦନ କରାଯାଇଛି l ଯଦି ଅନୁମତି ମିଳିବ ତାହେଲେ ଭକ୍ତମାନେ ମନ୍ଦିର ପହଞ୍ଚି ଯୁଗଳ ଦର୍ଶନ କରି ପାରିବେ ଓ ଯଦି ଏଥିପାଇଁ ପ୍ରଶାସନ ଅନୁମତି ନ ଦିଏ ତାହେଲେ ସେହିଦିନ ତାରିଖ ସକାଳେ ଦେବଦମ୍ପତି ମନ୍ଦିରକୁ ପ୍ରବେଶ କରିବା ସହିତ ଉତ୍ସବ ସମାପ୍ତ ହୋଇଯିବ l ନଗର ମଧ୍ୟରେ ଗଠିତ ଅନ୍ୟ ମନ୍ଦିର ସମିତିମାନଙ୍କ ପକ୍ଷରୁ ମଧ୍ୟ ଏହିପରି ସ°କ୍ଷିପ୍ତ କାର୍ଯ୍ୟକ୍ରମ ର ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

four + 1 =