କର୍କଟ ପୀଡିତ ଯୋଗେନ୍ଦ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ : ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସମିତି ସଭ୍ୟ

0 184

ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମଆ ପଞ୍ଚାୟତ ଚମ୍ପାପୁର ଗାଁର ଯୋଗେନ୍ଦ୍ର ଭୋଇ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏବେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ତାଙ୍କର ଏହି ରୋଗର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ତାଙ୍କ ପରିବାର ସେ ହିଁ ଥିଲେ ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେଣୁ ତାଙ୍କ ପରିବାର ମଧ୍ୟ ଏବେ ବେସାହାର ପାଲଟି ଯାଇଛନ୍ତି । ଏପଟେ ନିଜର ଚିକିତ୍ସା ପାଇଁ ଅର୍ଥର ଅଭାବ ସେପଟେ ପରିବାରର ପୋଷଣ ପାଇଁ ଟଙ୍କାର ଅଭାବ ଦେଖାଦେଇଛି । ଏବେ ଏହି ପରିବାର ବହୁ କଷ୍ଟରେ ଚଳୁଛନ୍ତି ।

hiring

ତେଣୁ ଏହି ପରିବାରକୁ ଯଥାଶୀଘ୍ର ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସୁଙ୍ଗୁଡା ସମିତି ସଭ୍ୟ ତଥା ସମାଜସେବୀ ପ୍ରୀତମ ନାୟକ(ବବୁଲୁ) ଦାବି କରିଛନ୍ତି । ଶ୍ରୀ ନାୟକ ଏହି ଖବର ପାଇ ଯୋଗେନ୍ଦ୍ର ଓ ତାଙ୍କ ପରିବାରକୁ ଭେଟି ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ସହ ନଗଦ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି । ସରକାରୀ ସାହାଯ୍ୟ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ,ଯୋଗେନ୍ଦ୍ରଙ୍କ ଦୁଇଝିଅ ଓ ଗୋଟିଏ ମାନସିକ ବିକଳାଙ୍ଗ ପୁଅ ଅଛନ୍ତି । ବାପାଙ୍କର ଏପରି ଅବସ୍ଥାରେ ସେମାନେ ଭାଙ୍ଗି ମଧ୍ୟ ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =