କଟକ : ଗଣେଶ ପୂଜା ନେଇ ମାନ୍ୟବର ହାଇକୋର୍ଟ ଆଜି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ନିର୍ଣ୍ଣାୟ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଣେଶ ପୂଜା ହେବ କି ନା ସ୍ଥାନୀୟ ପ୍ରଶାସନ ଅନୁକୂଳ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଷ୍ପତ୍ତି ନେବେ । କଟକ ବୁଢା ଗଣେଶ ପୂଜା ମଣ୍ଡପ ପକ୍ଷରୁ ବିଚାର ପାଇଁ ଆବେଦନ କରାଯାଇଥିବା ଜନସ୍ୱାର୍ଥ ମାମଲା ଉପରେ ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଦ୍ୱୈତ୍ୟନଗରୀ କଟକ-ଭୁବନେଶ୍ୱରରେ ଗଣେଶ ପୂଜାକୁ କମିଶନରେଟ୍ ପୁଲିସ ବାରଣ କରିଥିବାରୁ କଟକ ବୁଢା ଗଣେଶ ପୂଜା କମିଟି ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । କମିଟି ପକ୍ଷରୁ କୁହାଯାଇଥିଲା ଯେ, କେବଳ କଣ୍ଟେନମେଣ୍ଟ ଜୋନରେ ପୂଜାକୁ ବାଦ୍ ଦେଇ ଅନ୍ୟ ସ୍ଥାନରେ ସାମାଜିକ ଦୂରତା ଓ କୋଭିଡ-୧୯ ନିୟମକୁ ମାନି ଗଣେଶ ପୂଜା କରିବାକୁ ଅନୁମତି ପ୍ରାର୍ଥନା କରାଯାଇଥିଲା । ତେବେ ହାଇକୋର୍ଟଙ୍କର ଏଭଳି ନିଷ୍ପତ୍ତି ଗଣେଶ ପୂଜା ଶ୍ରଦ୍ଧାଳୁମାନଙ୍କ ମନରେ ଦୁଃଖ ଆଣିଛି ।