ସମ୍ବଲପୁର ଜିଲ୍ଲାରେ ପୁଣି ୧୪ ନୂଆ ପଜିଟିଭ ଚିହ୍ନଟ

0 112

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ସଦ୍ୟତମ ସ୍ଥିତି ଅନୁସାରେ ବର୍ତ୍ତମାନ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ତଥା ଏମାନଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୪୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଜିଲ୍ଲାରେ ଗତକାଲି କରୋନାର ଦ୍ୱିତୀୟ ଶତକ ସହିତ ୧୧୨ ଜଣ ପଜିଟିଭ ବାହାରିବାର ଖବର ପ୍ରଚାରିତ ହେବା ପରେ ଏଠାରେ ଜନସାଧାରଣଙ୍କ ମନରେ ଛନକା ପଶିଥିଲା ଓ ଏହାର ଫଳ ସ୍ୱରୂପ ସଟଡାଉନର ପରିପାଳନ ଭଲ ଭାବରେ ହୋଇଥିଲା । ବିଶେଷ କରି ଅକାରଣେ ଏଣେତେଣେ ଅମାନିଆ ହୋଇ ବୁଲୁଥିବା ଯୁବକଙ୍କ ସଂଖ୍ୟା ଯଥେଷ୍ଟ କମ ରହିଥିଲା । ଗତକାଲି ଜନସାଧାରଣଙ୍କ ସହଯୋଗରୁ ସଟଡାଉନର ସଫଳତା ଯୋଗୁଁ ସ୍ଥିତି ରେ ଉନ୍ନତି ଆସିଛି ବୋଲି ଏଠାରେ ସବୁଆଡେ ଚର୍ଚ୍ଚା ହେଉଛି ଓ ଏହୀ ପରିପ୍ରେକ୍ଷୀରେ ଆଜି ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିବା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

20 − 20 =