ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ପ୍ରତିବନ୍ଧିତ ହେଲା

0 100

ସମ୍ବଲପୁର : ସବୁଆଡେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ଏଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଆଗାମୀ ୨୨ ଅଗଷ୍ଟ ଶନିବାର ଦିନ ଗଣେଶ ପୂଜା ପାଳନ ପରିପ୍ରେକ୍ଷୀରେ ସାର୍ବଜନିକ ସ୍ଥାନରେ ଏହାର ଆୟୋଜନ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଗତକାଲି ସ୍ୱାକ୍ଷରିତ ଏହି ନିର୍ଦ୍ଦେଶନାମା ଜାରି କରିବା ପାଇଁ ବର୍ତମାନ ତାଙ୍କ ଉପରେ ନ୍ୟସ୍ତ ମହାମାରୀ ଅଧିନିୟମ ଅନୁସାରେ ତାଙ୍କୁ ପ୍ରାପ୍ତ ବିଶେଷ ଅଧିକାର ବଳରେ ସେ ଏହା ଜାରି କରିଛନ୍ତି ବୋଲି କୁହାଯାଇଛି । ସେଦିନ ଯେ କେହି ମଧ୍ୟ ଗଣେଶ ପୂଜା ପାଳନ କରି ପାରିବେ ଓ ଏହା ସେମାନଙ୍କ ଘର ଭିତରେ ସୀମିତ ରହିବା କଥା ଓ ଏହା ସାର୍ବଜନିକ ସ୍ଥାନରେ କରିବା ପାଇଁ ବାରଣ କରାଯାଇଛି । ଏହି ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ ପାଇଁ ଧାର୍ଯ୍ୟ ଦଣ୍ଡବିଧାନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 − ten =