ସୋନପୁର : ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୨୪ଘଣ୍ଟା ପରେ ପୁଣି ୨ଜଣ ଙ୍କ ଆକ୍ରାନ୍ତ ଖବର ଜନସାଧାରଣ ରେ ନୈରାଶ୍ୟ ଖେଳେଇଦେଇଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ କରୋନା ମୁକ୍ତ ଥିବାବେଳେ ଗତକାଲି ର ଆକ୍ରାନ୍ତ ଲିଷ୍ଟରେ ଜଣେ ଯୋଡି ହେବାପରେ ବିଭିନ୍ନ ମହଲରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭିଗ ସୁତ୍ରରୁ ମିଳିଥିବା ସୂଚନା ମତେ ବୀରମହାରାଜପୁର ବ୍ଲକର ପ୍ରଥମ ଆକ୍ରାନ୍ତ ଜଣକ କେନଝରିଆପାଲି ର ତାମିଲନାଡୁ ଫେରନ୍ତା ୨୩ବର୍ଷୀୟ ଯୁବକ ଗତ ୩ତାରିଖରେ ଲୁତୁରପଙ୍କ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିଲେ ।ତାଙ୍କର ସ୍ୱ ।ବ ନମୁନା୫ତାରିଖରେ ପଠାଯାଇଥିଲା ଯାହାକି ପଜିଟିଭ ଜଣାପଡିଥିଲା ସେହିପରି ଉଲୁଣ୍ଡା ବ୍ଲକ ର ଲସ୍ତଲା ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଜଣେ ୨୪ ବର୍ଷୀୟ ଯୁବକ ଗତ ୬ତାରିଖ ଦିନ ଉଦେପଦର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ ତାଙ୍କର ସ୍ୱ ।ବ ନମୁନା ୯ତାରିଖରେ ପଠାଯାଇଥିଲା ଯାହା କି ପଜିଟିଭ ଆସିଥିଲା ।ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟ ଙ୍କୁ ଜିଲ୍ଲା କୋଭିଡ଼୍ ହେଲ୍ଥ କେଆର ସେଣ୍ଟର କୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାଯାଇଛି ।ତେବେ ଉଭୟ ଯୁବକ କ୍ୱାରେଣ୍ଟାଇନ୍ ସେଣ୍ଟର ରୁ ଆସିଥିବା ଯୋଗୁଁ ସଙ୍କ୍ରମଣ ର ଭୟନଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଥିବା ବେଳେ ଯେପରି କି କୌଣସି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୋଷ୍ଠୀ ସଙ୍କ୍ରମଣ ନହେବ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ, ଦିଲ୍ଲୀପ କୁମାର ପଣ୍ଡା ଙ୍କ ସୂଚନା ଦେଇଛନ୍ତି ।