ଖୋର୍ଦ୍ଧା: ଶୋଇଥିବା ବେଳେ ମାଡିଗଲା ବାଲି ବୋଝେଇ ହାଇୱା । ଆଉ ଚାଲିଗଲା ୨ ଜଣ ଶ୍ରମିକଙ୍କ ଜୀବନ । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ । ମୃତ ଶ୍ରମିକ ଦ୍ୱୟଙ୍କ ନାଁ ବାଦଲ ଓ କନକ । ସେମାନଙ୍କ ଘର ପଶ୍ଚିମବଙ୍ଗରେ । ଏହି ଘଟଣାରେ ଆହୁରି ୩ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧା ସହରରେ ୧୬ ନମ୍ବର ଜାତୀୟ ରାଜପଥରେ ଫ୍ଲାଏ ଓଭର କାମ ଚାଲିଥିବା ବେଳେ ଏହା ତଳେ ଅସ୍ଥାୟୀ ଟିଣ ଘର ହୋଇଛି । ସେଥିରେ ଶ୍ରମିକ ରହନ୍ତି । ଆଜି ସକାଳେ ଏହି ଟିଣ ଘରେ ଶ୍ରମିକମାନେ ଶୋଇଥିବା ବେଳେ ବାଲି ବୋଝେଇ ହାଇୱାଟିଏ ଭାରସାମ୍ୟ ହରାଇ ତା’ ଉପରେ ଚଢିଯାଇଥିଲା । ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ଜୀବନ ଚାଲି ଯାଇଥିଲା ।
ଅଗ୍ନିଶମ ବାହିନୀ ଓ ପୁଲିସ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତ ୩ ଶ୍ରମିକଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.