ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସରେ ଗରିବଙ୍କୁ ରାସନ ବଣ୍ଟନ

0 151

ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାଖେମୁଣ୍ଡି ମହାରାଜା ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସରେ ଗଜପତି ଜିଲ୍ଲା ବିଜେଡି ଦଳର ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ ଗରିବ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି।ସନ୍ଧ୍ୟାରେ ସ୍ଥାନୀୟ କବି ଚନ୍ଦ୍ର ସାହି ଠାରେ ଥିବା ଜୟ ଅଫ ଗିଭିଙ୍ଗ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଶୃତିଚାରଣ କରାଯାଇ ଥିଲା।

hiring

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ଦେଶର ଓ ସମାଜର ସେବା କରନ୍ତୁ ବୋଲି ବିଜେଡି ନେତା ବସନ୍ତ ଦାସ, ବିଜେଡି ନେତ୍ରୀ ଶାନ୍ତିଲତା ଜେନା,ଭିଏସଏନ ରାଜୁ ପ୍ରମୁଖ ଆହ୍ୱାନ ଦେଇଥିଲେ। ଏହା ପରେ ଜୟ ଅଫ ଗିଭିଂଙ୍ଗ ଚାରି ଟେବୁଲ ଟ୍ରଷ୍ଟର ମୁଖ୍ୟ ନିହାର ରଞ୍ଜନ ପଣ୍ଡାଙ୍କ ଉପସ୍ଥିତରେ ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ,ବିଜେଡି ନେତ୍ରୀ ଶାନ୍ତିଲତା ଜେନା ପ୍ରମୁଖ 20 ଜଣ ଗରିବ ମହିଳାଙ୍କୁ ସାମାଜିକ ଦୂରତା ରକ୍ଷା କରି ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

hiranchal ad1
Leave A Reply

Your email address will not be published.

5 × one =