ପାଣି ପାଇପ୍ ପାଇଁ ଗାତ ଖୋଳା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ

0 634

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବୃହତ ପାନୀୟ ଜଳ ପ୍ରକଳ୍ପର ପାଇପ୍ ପୋତା ପାଇଁ ଏଲ୍ ଏଣ୍ଡ ଟି ଠିକା ନେଇଥିବା ବେଳେ ରାସ୍ତାବାଟ ଖୋଳି ପକାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୁଏ । ଏହି କଂପାନୀର ହରକତ ଯୋଗୁଁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ବରଗୋଛ ଗ୍ରାମ ପଞ୍ଚାୟତର ବଡ ଦେହୁରୀପାଲିଠାରେ ଗୋଟିଏ ୧୦୨ ଆମ୍ବୁଲାନ୍ସକୁ କିଛି ସମୟ ଧରି ଅଟକି ରହିବାକୁ ପଡିଥିଲା ଜେସିବି ଡ୍ରାଇଭରର ହରକତ ଯୋଗୁଁ । ରାସ୍ତା ଛାଡିବା ପାଇଁ ସ୍ଥାନୀୟ ଲୋକେ ପାଟି କରିବା ପରେ ଜେସିବିକୁ ସାଇଡ୍ କରିବା ପରେ ଆମ୍ବୁଲାନ୍ସ ଯାଇ ପାରିଥିଲା ।
କେବଳ ସେତିକି ନୁହେଁ ଗାଁ ଗାଁରେ ହୋଇଥିବା କଂକ୍ରିଟ ରାସ୍ତା ଓ ପ୍ରଧାନମନ୍ତ୍ରୀ ସଡକଗୁଡିକୁ ପାଇପ୍ ପୋତିବା ପାଇଁ ଜେସିବିର ଗାତ ଖୋଳିବା ବେଳେ ସବୁ ସ୍ଥାନରେ ରାସ୍ତା, ନଳକୂଅ ଆଦି ନଷ୍ଟ କରୁଥିବାର ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

two × 5 =