ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ପୋଲ ନିକଟରେ ଗାଡିର ଚକ ଖୋଲିଯିବାରୁ ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡି-୦୨ଏଜି୮୬୧୦ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡି ସୋନପୁରରୁ ଟିକାବାଲି ଅଭିମୁଖେ ଯାଉଥିବାବେଳେ ବୌଦ୍ଧଥାନା ହରେକୃଷ୍ଣପୁର ନିକଟରେ ଗାଡିର ବାମପାଶ୍ୱର୍ ଆଗଚକ ରାସ୍ତାରେ ଖୋଲିଯାଇଥିଲା । ଫଳରେ ଗାଡିଟି ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିବାବେଳେ ଡ୍ରାଇଭର ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥବା ଜଣାପଡିଛି । ଏ ଦୁର୍ଘଟଣା ରାତି ପ୍ରାୟ ୨ଘଣ୍ଟା ସମୟରେ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।