ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ହେବ

0 111

ପୁରୀ :ପୁରୀ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ର ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେବେ।ଅପ୍ରେଲ ୧ ତାରିଖ ସଂଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଓଡିଶା ଦିବସ ସମାରୋହ ଅବସରରେ ଏକ ସାଧାରଣ ସଭା ଆୟୋଜିତ ହେବ।ଏଥିରେ ମୁଖ୍ୟ ଅତିଥି ଙ୍କ ସହ ଅନ୍ୟାନ୍ୟ ଲୋକ ପ୍ରତିନିଧି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ସାଧାରଣ ସଭା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଅବସରରେ ବରପୁତ୍ର ମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଓଡିଶା ଚାରୁକଳା ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ମାଧ୍ୟମରେ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ ଓ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ କରାଯିବ।ପୂର୍ବାହ୍ନ ୮ ଘଟିକା ରେ ସିଂହଦ୍ବାର ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ମାଲ୍ଯାର୍ପଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

hiranchal ad1
Leave A Reply

Your email address will not be published.

14 − 2 =