ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ତେଲବନ୍ଧ ଘାଟରୁ ୨୫ ଗୋଟି କଳସ ନେଇ ପୂଜା କାର୍ଯ୍ୟ କରିଥିଲେ ପୂଜକ ଅରୁଣ ମେଣ୍ଡିଲି, ପୁରୁଷୋତ୍ତମ ମହାକୁଡ଼, ଦୁର୍ଯ୍ୟୋଧନ ପ୍ରଧାନ ଓ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ସମ୍ଭୁଗିରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡୁମାଲ ପରିଷଦର ଉପଦେଷ୍ଟା ଦେବାର୍ଚ୍ଚନ ଚାଉଳିଆ ଯୋଗ ଦେଇ ଉଦଘାଟନ କରିଥିଲେ ଓ ଜାତିଗଙ୍ଗା ମାନଙ୍କ ଉନ୍ନତି ଓ ପ୍ରଗତି ହୋଇପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜାତିଭିତ୍ତିକ ପତ୍ରିକା ଆମେ ଡୁମାଲର ସମ୍ପାଦକ ହରିଶଙ୍କର ବେହେରା, ମହେଶ୍ୱର ପ୍ରଧାନ, ସୁଶାନ୍ତ ବାଘ, ଦେବହରୀ ମହାକୁଡ଼, ଉପଦେଷ୍ଟା ଅକ୍ରୁର କଳତା, ସୁଦାମ ଖମାରୀ, ବିଶିକେସନ ପ୍ରଧାନ, ପ୍ରଭାତଚନ୍ଦ୍ର ପ୍ରଧାନ, ସୀତାକାନ୍ତ ସିଂ, ଦୟାସାଗର ମେଣ୍ଡିଲି, ଲଳିତ ଥାଟି ଓ ଗୋ ଆଧାରିତ କୃଷି ଉପରେ ବକ୍ତବ୍ୟ ରଖିଥିଲେ । ଗୋ ସେବକ ସାଧୁ ମଧୁସୂଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ମାହେଶ୍ୱରୀ ସେବକ ଗପବନ୍ଧୁ, କୈଳାସ ଖେତୀ, ସୁଶାନ୍ତ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ଦିଲ୍ଲୀପ କୁମାର କର୍ମୀ, ଅଜିତ କୁମାର ମହାକୁଡ଼, ସିକୁନ ପ୍ରଧାନ, ସୁରେନ୍ଦ୍ର କର୍ଣ୍ଣ, ଗୟା ମହାକୁଡ଼, ସଞ୍ଜୟ ପ୍ରଧାନ, ତ୍ରିପୁର ମହାକୁଡ଼, ଧରଣୀଧର ମେଣ୍ଡିଲି,ରିଲୁ ପ୍ରଧାନ, ସତ୍ୟନାରାୟଣ ବଘାର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।