ସୁବର୍ଣ୍ଣପୁରରେ କାୟା ମେଲୁଛି କରୋନା : ୨୫ ଆକ୍ରାନ୍ତଙ୍କ ମଧ୍ୟରେ ଦେଢ଼ବର୍ଷର ଶିଶୁ କନ୍ୟା

0 156

ସୋନପୁର : ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ମାତ୍ର ୯ ଦିନ ମଧ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି କାଲି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆୟୁଷ ଡ଼ାକ୍ତର, ଜଣେ ଡ଼ ।ଟାଏଣ୍ଟ୍ରି ଅପରେଟର ଓ ଦେଢ଼ବର୍ଷର ଶିଶୁ କନ୍ୟା ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଉକ୍ତ ବିଭାଗର ସୂଚନା ମତେ ଜିଲ୍ଲାରେ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଡୁଙ୍ଗୁରିପାଲି ବ୍ଲକର ୫ଜଣ ଅଛନ୍ତି । ସେହିପରି ବିଭିନ୍ନ ବ୍ଲକରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ତେବେ ତରଭା ଓ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୪୮ଘଣ୍ଟା ପାଇଁ ସଟ୍‌ଡ଼ ।ଉନ ଘୋଷଣା କରାଯାଇଥିବା ବେଳେ ଉଲୁଣ୍ଡା ବ୍ଲକର ସୁଲିଆ ର୯୦ପରିବାର ବିଶିଷ୍ଟ ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ସେହିପରି ସଙ୍କ୍ରମଣର ପ୍ରତିରୋଧରେ ତରଭା ଓ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବାକୁ ବନ୍ଦ କରାଯାଇଛି । ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବ୍ୟାରିକେଡ଼ ନିର୍ମାଣ ସହ ପୋଲିସ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 5 =