ଗଜପତି ଜିଲ୍ଲାରେ ପୁଣି 7ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା I ସେମାନଙ୍କ ମଧ୍ୟରୁ 3 ଜଣ ମହାରାଷ୍ଟ୍ର ଫେରନ୍ତା,ଜଣେ ଗୁଜରାଟ ଫେରନ୍ତା,3 ଜଣ ତାମିଲନାଡୁ ଫେରନ୍ତା ଅଟନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା।ବର୍ତ୍ତମାନ ସେମାନଙ୍କର ପଜିଟିଭ ଆସି ଥିବାରୁ ସେମାନଙ୍କ ଚିକିତ୍ସା ସକାଶେ ଆର.ସୀତାପୁର ଠାରେ ଥିବା ଅସ୍ଥାୟୀ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଛନ୍ତି।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)