ବୌଦ୍ଧ : ବିଶ୍ୱ କରୋନା ମହାମାରୀରେ ଜୀବନକୁ ଉତ୍ସର୍ଗ କରି ନିଜର ଦାୟିତ୍ୱ ନିର୍ବାହ କରୁଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାମାନଙ୍କୁ ବୌଦ୍ଧ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ଯୁବନେତା ଇଂ.ରାକେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପ୍ରହଲ୍ଲାଦ ସେଠୀ(ସରପଞ୍ଚ,ଖୁଣ୍ଟିଗୁଡା), ଶ୍ରୀମତୀ ପଦ୍ମିନୀ ରଣା(ସରପଞ୍ଚ, ଆମ୍ବଗାଁ), ଜିତେନ୍ଦ୍ର ଦେହୁରୀ(ସରପଞ୍ଚ, ଘଣ୍ଟାପଡା), ସୁଶାନ୍ତ ବାରିକ(ସଂଘ ଶାଖା ପରିଚାଳକ), ବଂଶୀଧର ମାଝୀ(ସାମ୍ବାଦିକ), ଦିବ୍ୟଶଙ୍କର ରାଉତ(ବରିଷ୍ଠ ସାମ୍ବାଦିକ), କୃଷ୍ଣଚନ୍ଦ୍ର ପଣ୍ଡା(ପୂର୍ବତନ ବ୍ଲକ ଅଧ୍ୟକ୍ଷ), ଜିତୁ କମ୍ପ(ଇଲେକ୍ଟ୍ରିସିଆନ)ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ନବୀନ ମହାପାତ୍ର, ଡା.ସୁବ୍ରତ ମିଶ୍ର, ସୌମିତ୍ରୀ ନାୟକ, ଯୁଗଳ ସାହୁ, ଗୋପାଳ ପୁରୋହିତ, ଓମ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ଶିବ କମ୍ପ, ଶଙ୍କର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ବିଜେପିର ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।