କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର, କହିଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ

0 354

ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାରେ ହରଭଙ୍ଗା ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ତହସିଲ ଅଂଚଳର ହରଭଙ୍ଗା, କୁଶଙ୍ଗ, ସାମ୍ପୋଚ, ଧଳପୁର ଆଦି ୯ଟି ପଞ୍ଚାୟତର କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତ କରି ଲଗାଣ ବର୍ଷାରେ କଚ୍ଚାଘର ଭାଙ୍ଗିଥିବା ଅଂଚଳ ପରିଦର୍ଶନ କରି ତଦନ୍ତ କରିଥିଲେ ।

hiring

ରାଜସ୍ୱ ବିଭାଗର ଆର୍‌ଆଇମାନେ କ୍ଷତିଗ୍ରସ୍ତ ଅଂଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରୁଛନ୍ତି । ଚଳିତ ବନ୍ୟାରେ ହରଭଙ୍ଗା ବ୍ଲକ ୬ଶହ ହେକ୍ଟର ଚାଷଜମି ଓ ୫୫୦ଟି କଚ୍ଚାଘର ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଚଳିତ ବନ୍ୟାରେ ବିଶେଷ ଭାବେ ହରଭଙ୍ଗା ପଞ୍ଚାୟତର ହରଭଙ୍ଗା, କୁଡାଶିଙ୍ଗା, ଭୋଜିଗୁଡା, ବୁଡେଶିଙ୍ଗା, ସୁରୁଣ୍ଡି, ଡିଆଘାଟ ଅଂଚଳ ସର୍ବାଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ଆକାଳନ କରିସାରିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରମ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଭୋଇ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =