ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣ ଶିକ୍ଷାମନ୍ତ୍ରୀ

0 165

ଭୁବନେଶ୍ୱର : ସାରା ରାଜ୍ୟରେ ଖୋଲିବ ସ୍କୁଲ । ଖାସ୍‌ କରି ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ତେବେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରୁ କିଛି ଶ୍ରେଣୀରେ ପାଠ ପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପରେ ପର୍ଯ୍ୟାକ୍ରମେ ସମସ୍ତ ସ୍କୁଲ ଖୋଲିଯିବ ବୋଲି ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ ଏଠାରେ ସ୍କୁଲ ଖୋଲିବ ବ କି ନାହିଁ । ସେନେଇ ସସ୍‌ପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଖୋଦ୍‌ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − four =