ଆଜିଠୁ ଏହି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

0 246

ଭୁବନେଶ୍ୱର: ସୃଷ୍ଟି ହୋଇଛି ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ଦାନା ବାନ୍ଧିଛି । ଏହା ପ୍ରଭାବରେ ରାଜ୍ୟରେ ପାଗ ବଦଳିଛି । କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି ।

ଅନୁମାନ କରାଯାଉଛି, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ୧୨ଟି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ ।

hiring

ପାଣିପାଗ ବିଭାଗର ସୂଚନାନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବଡ଼ ଧରଣର କିମ୍ବା ଲଗାଣ ବର୍ଷା ହୋଇନାହିଁ । ମଙ୍ଗଳବାର ରାଜ୍ୟର ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, କଳାହାଣ୍ଡି, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।
ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉପକୂଳର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାରଠାରୁ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।

ଇଣ୍ଡିଆ ଡ୍ରଟ୍‌ ମନିଟର ପୂର୍ବାନୁମାନ କହୁଛି, ଆସନ୍ତା ୨୬ ତାରିଖବେଳକୁ ଓଡ଼ିଶା ଅବସ୍ଥା ସାଂଘାତିକ ଥିବ। ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳକୁ ଛାଡ଼ିଦେଲେ ସାରା ଓଡ଼ିଶାକୁ ମାଡ଼ି ଯାଇଥିବ ମରୁଡ଼ି। ବର୍ଷା ନଥିବ, ସବୁ ମାଟି ଫାଟି ଆଁ କରିଥିବ। ଏମିତିରେ ଆଗକୁ ଭାରି ବର୍ଷା କିମ୍ବା ଲଗାଣ ବର୍ଷା ସମ୍ଭାବନା ନେଇ କୌଣସି ପାଣିପାଗ ସଂସ୍ଥା ଆଶା ଦେଖାଇନାହାନ୍ତି।

hiranchal ad1
Leave A Reply

Your email address will not be published.

12 + six =