ସମଲେଶ୍ୱରୀ ଯୋଜନାରେ ଭିତ୍ତିଭୂମି ବ୍ୟତୀତ ପର୍ଯ୍ୟଟନ ବିକାଶ ବିରୁଦ୍ଧରେ ରାସ୍ତାରୋକ

0 198

ସମ୍ବଲପୁର : ସ୍ଥାନୀୟ କମଲିବଜାର ଠାରୁ ବାଲିବନ୍ଧା ଭିତରେ ବସବାସ କରୁଥିବା ଲୋକେ ଓ ଅଧିକାଂଶ ମହିଳା ମାନେ ଆଜି ସକାଳୁ ବାଲିବନ୍ଧା ଛକଠାରେ ବସି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ସେମାନଙ୍କ କହିବା ଅନୁସାରେ ସେମାନେ ସମଲେଶ୍ୱରୀ ମନ୍ଦିର ଓ ଆଖପାଖ ଅଞ୍ଚଳର ଭିତ୍ତିଭୂମି ବିକାଶର ବିରୋଧ କରୁ ନାହାନ୍ତି, ବରଂ ସେଠାରେ ପର୍ଯ୍ୟଟନ ବିକାଶ ନାଁରେ ସେମାନଙ୍କୁ ବାସ୍ତୁହରା କରାଯିବା ବିରୁଦ୍ଧରେ ଆଜି ଆନ୍ଦୋଳନ କରୁଛନ୍ତି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପ୍ରତି ସମସ୍ତଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ରହିଛି ତଥା ଏହି ପୀଠର ସାମଗ୍ରିକ ବିକାଶ ପ୍ରତି ସମସ୍ତଙ୍କ ସମର୍ଥନ ରହିଛି, କିନ୍ତୁ ସେଠାରେ ବ୍ୟାପାର କରିବା ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହନ ନାଁ ରେ ଅଯଥା ଅନେକ ଲୋକଙ୍କୁ ବାସ୍ତୁହରା କରିବା ଆଦୌ ଗ୍ରହଣୀୟ ନୁହେଁ । ସେଠାରେ ଅନେକ ଲୋକ କେଉଁ ଆବାହମାନ କାଳରୁ ଶାନ୍ତି ଓ ଶୃଙ୍ଖଳାର ସହିତ ବସବାସ କରି ଆସୁଛନ୍ତି, ସେମାନଙ୍କୁ ଅକାରଣେ ବାସଚ୍ୟୁତ କରିବା କୌଣସି ମତେ ଗ୍ରହଣୀୟ ନୁହେଁ ।

hiring


ଏହି ଉଦ୍ଦେଶ୍ୟରେ କିଛି ବଛା ବଛା ଲୋକଙ୍କୁ ଆକ୍ରୋଶମୂଳକ ଭାବରେ ଡାକି ଜିଲ୍ଲା ପ୍ରଶାସନ ଯେଉଁପରି ଧମକ ଚମକ ଦେଉଛି, ତାହା ବିରୁଦ୍ଧରେ ଏହି ଆନ୍ଦୋଳନ ଠିଆ ହୋଇଛି । ଏହି ରାସ୍ତାରୋକ ଆନ୍ଦୋଳନ ଫଳରେ ସେଠାକାର ମୁଖ୍ୟ ମାର୍ଗ ସହିତ ସଂଲଗ୍ନ ରିଙ୍ଗରୋଡ ଦେଇ ଯାତାୟତ ବାଧିତ ହେବା ଓ ଉତ୍ସୁକତାର ବଶତଃ ସେଠାରେ ଦେଖଣାହାରୀଙ୍କ ଭିଡ଼ ଏକତ୍ରିତ ହୋଇଥିଲା । ପରିସ୍ଥିତିକୁ ଦେଖି ସେଠାରେ ବିଧି ଓ ବ୍ୟବସ୍ଥା ରକ୍ଷା କରିବା ପାଇଁ ଏଏସପି ତପନ ମହାନ୍ତି ନିଜ ମାତହତ ଓ ପୁଲିସବଳ ସହିତ ନିଜେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

16 + five =