ଫୁଲବାଣୀ: ଜଡିବୁଟି ଔଷଧ ଦେବା ଲାଗି କହି ଫୁଲବାଣୀ ସହରର ଜଣେ ଜଣାଶୁଣା ଶିକ୍ଷିତ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରି ନେଇଥିବା ଫୁଲବାଣୀ ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ସୁନୀଲ ନାମକ ଜଣେ ଜଡିବୁଟି ବ୍ୟବସାୟୀକୁ ଅଟକ ରଖି ପଚରା ଉଚୁରା କରୁଛି । ତାର ଟାଟା ସୁମୋ ଗାଡିକୁ ମଧ୍ୟ ଜବତ କରିଛି ।
ସୂଚନାଯୋଗ୍ୟ କଲେଜଛକ ନିକଟରେ ରାସ୍ତା କଡରେ ପସରା ମେଲାଇ ଜଡିବୁଟି ବିକ୍ରି କରୁଥିବା ସୁନୀଲଙ୍କ ଠାରୁ ନିଜ ରୋଗ ସମ୍ବନ୍ଧରେ ବର୍ଣ୍ଣନା କରି ପ୍ରଥମେ କିଛି ଔଷଧ ଖାଇଥିଲେ । ଖାଇବା ପରେ ଭଲ ଲାଗିବା ଫଳରେ ବ୍ୟକ୍ତି ଜଣକ ଆଉ ଅଧିକ ଦିନ ଖାଇବା ଲାଗି ଔଷଧ କିଣିବା ପାଇଁ ଚାହିଁଥିଲେ ।ତେବେ ସେହି ଔଷଧର ଷ୍ଟକ ତାଙ୍କ ପାଖରେ ନ ଥିବା କହି ମଗାଇଦେବାକୁ କହି ଦୁଇ ତିନିଟି ପ୍ରର୍ଯ୍ୟାୟରେ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଔଷଧ ନଦେଇ ଜଡିବୁଟି ବ୍ୟବସାୟୀ ଜଣଙ୍କ ଏଠାରୁ ଟେଣ୍ଟ ଉଠାଇ ଲୁଚି ପଳାଇ ଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କୁ ଖୋଜାଖୋଜି କରି ନ ପାଇବା ଫଳରେ ଶେଷରେ ନିରାଶ ହୋଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେ ଦେଇଥିବା ଫୋନ ନମ୍ବରରେ ପ୍ରଥମେ
ପୋଲିସ ଗ୍ରାହକ ସାଜି ଫୋନ କରିବାରୁ ସେ ରାଉରକେଲାରେ ବର୍ତ୍ତମାନ ଥିବା କହିଥିଲେ । ତେବେ ତାଙ୍କ ଫୋନ ଲୋକେସନ କିନ୍ତୁ ଭବାନିପାଟଣା ଅଞ୍ଚଳ ଦେଖାଇବା ଫଳରେ ଫୁଲବାଣୀ ପୋଲିସ ଭବାନିପାଟଣା ପୋଲିସକୁ ଜଣାଇବା ପରେ ଭବାନିପାଟଣା ପୋଲିସ ଜଡିବୁଟି ବ୍ୟବସାୟୀ ସୁନୀଲକୁ ଥାନାକୁ ଆଣି ରଖିଥିଲା ଆଉ ଫୁଲବାଣୀ ପୋଲିସ ଭବାନିପାଟଣା ଯାଇ ଏଠାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି । ତେବେ ବିଭିନ୍ନ ସମୟରେ ରାଜସ୍ଥାନ,ଗୁଜରାଟ, କଲିକତା ଆଦି ବାହାର ରାଜ୍ୟରୁ ଜଡିବୁଟି ବ୍ୟବସାୟୀମାନେ ଏଠାକୁ ରିତିମତ ଆସି ଔଷଧ ନାରେ ନିରିହ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହେଉଛି । ଲୋକେବି ସେମାନଙ୍କ କଥାରେ ବଶବର୍ତ୍ତୀ ହୋଇ ଠକାମୀର ଶୀକାର ହେଉଛନ୍ତି ଆଉ ଲୋକଲଜ୍ୟାରେ କାହାରିକୁ ନ କହି ଚୁପ ରହୁଛନ୍ତି ।
ଏଣୁ କିଛି ନବୁଝି ନଶୁଝି ବାହାରର ବୁଲା ବିକାଳୀ ମାନଙ୍କଠାରୁ ଔଷଧ ନ କିଣିବା ଲାଗି ପର ।ମର୍ଶ ଦେଇଛି ପୋଲିସ ।
Sign in
Sign in
Recover your password.
A password will be e-mailed to you.