ବିଧାୟକଙ୍କ ଦ୍ୱାରା ସହିଦ ବିଭୁଧେନ୍ଦ୍ର ବିଶ୍ୱାଳ ମାର୍ଗ ଉନ୍ମୋଚିତ

0 251

ଜହ୍ନାପଙ୍କ : ସହୀଦ ସପ୍ତାହ ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜହ୍ନାପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତାରୁ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଛକରୁ ପଦ୍ମନପୁର ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାକୁ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ପରେ ଦଙ୍ଗା ରେ ସହୀଦ ହୋଇଥିବା ବୌଦ୍ଧ ଜିଲ୍ଲା ପଦ୍ମନପୁର ଗ୍ରାମର ସହୀଦ ବିଭୁଧେନ୍ଦ୍ର ବିଶ୍ୱାଳ ମାର୍ଗ ନାମରେ ଉନ୍ମୋଚନ କରିଛନ୍ତି

hiring

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ଜହ୍ନାପଙ୍କ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୃଥକ ପୃଥକ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ଜିଲାପାଳ ଲଳାଟେନ୍ଦୁ ମିଶ୍ର, ପଦ୍ମନପୁର ସରପଞ୍ଚ ପ୍ରତାପ କିଶୋର ପରିଡ଼ା, ବିଦିଓ ଦେବୀ ପ୍ରସାଦ ଦାସ, ସହିଦଙ୍କ ପିତା ବସନ୍ତ ବିଶ୍ୱାଳ,ଜହ୍ନାପଙ୍କ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ ମଞ୍ଚାସିନ ଥିଲେ । ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ପ୍ରଥମେ ଅତିଥି ମାନେ ସହିଦଙ୍କ ଗ୍ରାମ ପଦ୍ମନପୁର ଗ୍ରାମକୁ ଯାଇ ତାଙ୍କ ବାପା ଓ ମଙ୍କୁ ସମବେଦନା ଜଣାଇଥିଲେ । କାର୍ଯ୍ୟକ୍ରମ ରେ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ପୂର୍ବ ସରପଞ୍ଚ ଅକ୍ଷୟ କୁମାର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ପ୍ରଭାତ କୁମାର ପ୍ରଧାନ, ଅଜିତ ମହାକୁଡ଼, ଶିବ ବେହେରା ଓ ପଦ୍ମନପୁର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − ten =