୫ଟି ସଚିବଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଲୋଚନା

0 178

ଘୁ ଉଦୟଗିରି : ଆଜି ଘୁ ଉଦୟଗିରି ବ୍ଳକ ସଭାଗୃହରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଘୁ ଉଦୟଗିରି ସହରର ଉନ୍ନତିକରଣ ବିଷୟରେ ୫ଟି ସଚିବ ଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଆଲୋଚନା କରିଥିଲେ । ସହରର ଆଲୋକୀକରଣ ବ୍ୟବସ୍ଥା,ପାନୀୟ ଜଳର ବ୍ୟବସ୍ଥା ଓ ସହରର ସ୍ୱଚ୍ଛତା ବିଷୟରେ ୫ଟି ସଚିବ ପଚାରି ବୁଝିଥିବାବେଳେ ଫୁଲବାଣୀରେ କନ୍ଧମାଳ ଜିଲ୍ଲା ପାଳଙ୍କ ସହିତ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହିଥିଲେ । କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନା ମାଧ୍ୟମରେ ସହରାଞ୍ଚଳର ମହିଳା ମାନଙ୍କୁ କାର୍ଯ୍ୟ ଯୋଗେଇ ଆର୍ଥିକ ସ୍ୱଚ୍ଛଳ କରିଥିବା ଯୋଗୁଁ ଧନ୍ୟବାଦ ଦେବସହ ପ୍ରଥମେ ଘୁ ଉଦୟଗିରି ବିଧାୟକ ସହରର ଉନ୍ନତିକରଣ ବିଷୟରେ ମତ ରଖିଥିବା ବେଳେ ପୂର୍ବତନ ଏନଏସି ଉପାଧକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ମହିଳା ମାନଙ୍କର ମିଶନ ଶକ୍ତି ଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହିତ “ମୁକ୍ତା’ ଯୋଜନା ମାଧ୍ୟମରେ ଉପକୃତ ହେଉଥିବା ବିଷୟରେ ପ୍ରକାଶ କରିଥିଲେ । ଘୁ ଉଦୟଗିରି ବିଧାୟକ ଫୁଲବାଣୀ କନଫେରେନ୍ସ ହଲରେ ଜିଲ୍ଲାପାଳଙ୍କ ସହିତ ଯୋଗଦେଇଥିବା ବେଳେ ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ମହାପାତ୍ର, ଅଶ୍ୱିନୀ ନାୟକ ଉପସ୍ଥିତ ଥିଲେ । ଘୁ ଉଦୟଗିରିରେ ମଧ୍ୟ ବ୍ଳକ ସଭା ଗୃହରେ ପୂର୍ବତନ କାଉନସିଲର ସମୀର କୁମାର ପାଢୀ,ବିଧାୟକ ପ୍ରତିନିଧି ରାଜା ପାତ୍ର, କାଳୁଚରଣ ପଣ୍ଡା,ଦେବନାଥ ଦଳବେହେରା,ବ୍ରଜମୋହନ ଖୁଣ୍ଟିଆ,ବାଲୁପାଙ୍ଗା ଅଞ୍ଚଳର ମହିଳାମାନେ, ବ୍ଳକ ଅଧ୍ୟକ୍ଷ ହୃଦାନନ୍ଦ କହଁର, ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଘୁ ଉଦୟଗିରି ସହରର ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ କୋଟି ପଚିଶ ଲକ୍ଷ ଟଙ୍କାର ପ୍ରସ୍ତାବ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାବେଳେ ୫ଟି ସଚିବ ଏହି ପ୍ରସ୍ତାବକୁ ଏକ ସପ୍ତାହ ମଧ୍ୟରେ ଅନୁମୋଦନ କରାଯିବ ବୋଲି କହିବା ସହିତ ଭଲ କାମ କରିବା ପାଇଁ ଲୋକପ୍ରତିନିଧିଙ୍କୁ କହିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =