ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି- ୨୦୨୧’ ଗଜପତି ଆୟୋଜିତ

0 124

ପାରଳାଖେମୁଣ୍ଡି : ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିଠାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୧ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସଭାପତିତ୍ୱ କରି ଶିଶୁ ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସୁରଭି-୨୦୨୧ ମାଧ୍ୟମରେ ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭା ପରିପ୍ରକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବାଣୀ “ଆଜିର ଶିଶୁ- କାଲିର ଭବିଷ୍ୟତ’ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ଅଭିପ୍ରେରିତ କରିବା ନିମନ୍ତେ ଏକ ପ୍ରଶସ୍ତ ପୃଷ୍ଠଭୂମି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାଶୀନଗର ଗୋଷ୍ଠୀ ଶିକ୍ଷାଧିକାରୀ ଆଦିକନ୍ଦ ଗମାଙ୍ଗ ଓ ରାୟଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଗୋଟି ବ୍ଳକରୁ ଗୋଷ୍ଠୀସ୍ତରୀୟ ପ୍ରତିଯୋଗିତା ଯଥା :ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ।

hiring


ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ତିନି-ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଗୁମ୍ମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରେଶମାଙ୍ଗିନୀ ରଇତ, ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ ବି.ଏମ. ଉଚ୍ଚ ବିଦ୍ୟାଳୟ, ଖାରଡ଼ା, କାଶୀନଗରରୁ ପ୍ରିୟତମା ବଳୀ, ଚିତ୍ରାଙ୍କନ ପ୍ରତିଯୋଗିତାରେ କାଶୀନଗର ବ୍ଳକ୍‌, ପାର୍ତ୍ତଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ତାପିନ ନାୟକ – ପ୍ରଥମ, ଏକକ ସଙ୍ଗୀତରେ ଗୋଷାଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ପ୍ରୀତିକା ରାଣୀ ପାତ୍ର – ପ୍ରଥମ ସ୍ଥାନ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ନୂଆଗଡ଼ ବ୍ଳକ, ବଡପଦା ସେଣ୍ଟମେରୀ ବାଳିକା ଉପ୍ରା ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବାବେଳେ, ଗୁମ୍ମା ବ୍ଳକ , ମୁନିସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ -ଦ୍ୱିତୀୟ ଓ ରା.ଉଦୟଗିରି କେ.ଏମ୍‌ ଭାଲିଆସାହି ଉଚ୍ଚ ବିଦ୍ୟାଳୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ରମାକାନ୍ତ ପଟ୍ଟନାୟକ, ରମାକାନ୍ତ ବରାଡ,ପ୍ରତାପ ଗୌଡ଼, କିଶୋର ଦାସ, ଆନନ୍ଦ ଶତପଥି, ଭବାନୀ ପାଟ୍ଟଯୋଶୀ, ଶୈଳେନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ବବିତା ପୁରୋହିତ, ବିନ୍ଦୁ ପ୍ରିୟା ବେହେରା, ଶ୍ୟାମସୁନ୍ଦର ଗନ୍ତାୟତ ପ୍ରମୁଖ ଦାୟିତ୍ୱ ତୁଲାଇ ଥିବାବେଳେ ସଂଯୋଜକ ସନ୍ତୋଷ ସାହୁ ଓ ପିଇଟି ସଞ୍ଜୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =