ବିଜେଡି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଓ ଧାରଣା

0 67

ଦେବଗଡ: ସୋମବାର ଦେବଗଡ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରନ୍ଧନ ଗ୍ୟାସର ଦରବୃଦ୍ଧି, ପେଟ୍ରୋଲିଅମ ସାମଗ୍ରୀର ଦରବୃଦ୍ଧି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ମହିଳା ମୋର୍ଚ୍ଚା କର୍ମୀ ମାନେ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ଠାରୁ ବାହାରି ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ମହିଳା କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦେବଗଡ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ବିକ୍ଷୋଭକାରୀଙ୍କ ପାଖରୁ ଦାବିପତ୍ର ଗ୍ରହଣ କରିଥିଲେ । ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣୀ ପ୍ରଧାନ ଓ ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶରେରେ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve + 20 =