ବଙ୍ଗୋପସାଗରରେ ଲଘୁଚାପ

0 106

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣତପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ଅବପାତରେ ପରିଣତ ହୋଇ କ୍ରମେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।  ୧୧ ତାରିଖ ସକାଳ ସୁଦ୍ଧା  ଏହା ସ୍ଥଳ ଭାଗ ମୁହାଁ ହୋଇ ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଅବପାତର ପ୍ରଭାବ ଓଡିଶା ଉପରେ କିଭଳି ରହିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅବପାତରେ ପରିଣତ ହେବା ପରେ ଏ ସମ୍ପର୍କରେ ପାଣିପାଗ ବିଭାଗ ବିଶେଷ ସୂଚନା ପ୍ରଦାନ କରିବ । ଅପରପକ୍ଷରେ ଏବେ ଧାନକଟା ଆରମ୍ଭ ହୋଇଯାଇଥିବାବେଳେ ଯଦି ବର୍ଷା ହୁଏ, ତେବେ ଚାଷୀଙ୍କ ଦୁଃର୍ଦଶା ବଢିଯିବାର ଆଶଙ୍କା ରହିଛି । ଯେଉଁଥିପାଇଁ ଚାଷୀ କୂଳ ଚିନ୍ତାରେ ରହିଛନ୍ତି । ତେବେ ତାମିଲନାଡୁରେ ସ୍ଥଳଭାଗ ଛୁଇଁବାକୁ ଥିବାରୁ ଓଡିଶାରେ ବର୍ଷାର ପରିମାଣ କ୍ଷୀଣ ବୋଲି କୁହାଯାଉଛି । 

hiranchal ad1
Leave A Reply

Your email address will not be published.

four × two =