ପ୍ରଶାସନ ଶୁଣିଲାନି, ଗ୍ରାମର ଯୁବକମାନେ କେନାଲ ସଫା କଲେ

0 113

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛି ସାରଙ୍ଗଧରପୁର ଓ ଆର୍‌. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳକୁ ଡ୍ୟାମ ପାଣିର ସତ ସପନ । ଏହି ଅଞ୍ଚଳକୁ ପାଣି ଆସିବା ପାଇଁ କେନାଲ ମରାମତି କରିବାକୁ ପ୍ରତି ବର୍ଷ ଅନୁଦାନ ଆସୁଥିଲେ ମଧ୍ୟ ୧୦ ରୁ ୧୫ ବର୍ଷ ହେଲାଣି ପାଣି ଆସୁନାହିଁ । ଯାହା ଫଳରେ ଏହି ଅଞ୍ଚଳର ଚାଷୀମାନେ ନା ରବି ଫସଲ କରିପାରୁଛନ୍ତି ନା ଖରିଫ ଫସଲ କରିପାରୁଛନ୍ତି । ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଛି ହେଲେ ମଧ୍ୟ ଏହାର କୌଣସି ସୁଫଳ ମିଲିପାରୁ ନାହିଁ । ଏହି ଅଞ୍ଚଳରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନେକ ଜମି ପଡିଆ ରହିଯାଇଛି । ବର୍ତ୍ତମାନ ଅଞ୍ଚଳର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଗାଁର ଖାଲି ପଡ଼ିଥିବା ଜମିରେ ବିଭିନ୍ନ ପନିପରିବା ଚାଷ କରି ଆର୍ଥିକ ସୁଦୃଢ଼ କରିବା ପାଇଁ କେନାଲ ମରାମତି କରିବା ସହିତ ସଫା କରି ଅଞ୍ଚଳକୁ ପାଣି ନେବା ପାଇଁ ଅଣ୍ଟା ଭିଡିଛନ୍ତି । ବର୍ଷ ଶେଷ ହେବା ପୂର୍ବରୁ ଜଳ କର ଆଦାୟ କରୁଛନ୍ତି କିନ୍ତୁ ପାଣି ପାଇଁ ଚାଷୀମାନେ ଅଭିଯୋଗ କଲେ କାହାର କାନରେ ପଡୁନାହିଁ ।
ଅଞ୍ଚଳର ହୃଷିକେଶ ପ୍ରଧାନ,ସତ୍ୟ ଚରଣ ପ୍ରଧାନ,ସୁଜିତ ପ୍ରଧାନ, ଅନିଲ ପ୍ରଧାନ, ବୁଲୁ ପ୍ରଧାନ, ସାନୁଜ ପ୍ରଧାନ ଓ ଉଦ୍ଧବ ପ୍ରଧାନ ଭଳି ଯୁବକ ମାନେ ଗାଁକୁ ପାଣି ଟୋପାଏ ଆସୁ ଏବଂ ଚାଷୀମାନେ ଉପକୃତ ହୁଅନ୍ତୁ ବୋଲି କେନାଲ ସଫାକରି ପାଣି ନେବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ ଏଭଳି ପ୍ରକଳ୍ପକୁ ସୁବିନିଯୋଗ କରି ପାଣିକୁ ଚାଷୀଙ୍କ କାମରେ ଆସିବା ପରି କାମ କରାଯାଉ ବୋଲି ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 17 =