ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ୨ କୋଟି

0 143

ଦଶପଲ୍ଲା : ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନୁଷ୍ଠିତ ନାଟକ ‘ଅନ୍ଧାରେ ଆସ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଉପସ୍ଥିତ ଦର୍ଶକ ତଥା ଜନସାଧାରଣଙ୍କୁ ଏହା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅର୍ଥରେ ସ୍ଥାୟୀ ଆଲୋକ ବ୍ୟବସ୍ଥା ଏବଂ ସାଉଣ୍ଡ , ସେଣ୍ଟ୍ରାଲ ଏସି , ଅତ୍ୟାଧୁନିକ ମଞ୍ଚ ସହିତ ଡିଜିଟାଲ ତଥା କମ୍ପ୍ୟୁଟରାଇଜେଡ ନିୟନ୍ତ୍ରଣ କକ୍ଷ , ଦର୍ଶକଙ୍କ ପାଇଁ ଆରାମଦାୟକ ଚେୟାର ଆଦିର ବ୍ୟବସ୍ଥା କରାଯିବ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଉପସ୍ଥିତ ଦର୍ଶକ, ବୁଦ୍ଧିଜୀବୀ ତଥା ଜନସାଧାରଣ ଖୁସିବ୍ୟକ୍ତ କରିବା ସହ ମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =