ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ନବରଙ୍ଗପୁର ଶାଖା ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

0 60

ନବରଙ୍ଗପୁର:ଆଜି ଅଲ ଓଡିଶା ପେନସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ସଭାପତି ଈଶ୍ୱର ରାଉତ ଓ ଜିଲ୍ଲା ସମ୍ପାଦକ ଳାଚମନ ପାଇକ ନେତୃତ୍ୱରେ ଓଡ଼ିଶା ଉଠାଜଳ ସେଚନରେ କାମ କରୁଥିବା ଅବସର ପ୍ରାପ୍ତ କର୍ମଚାରୀ ଏଓଇପିଏଫ୍‌ଓ ପେନସନ ଭୋଗୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଭତ୍ତା ୯୦୦୦ ଟଙ୍କା ପ୍ରଦାନ କରିବା ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ କରିବା ସମସ୍ତ ପେନସନ ଭଗୀଙ୍କୁ ଚିକିତ୍ସା ଭତ୍ତା ତଥା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା,ମାଗଣା ଚିକିତ୍ସା ସୁବିଧା ଯୋଗେଇଦେବା ସମସ୍ତ ପେନସନ ଭଗୀଙ୍କୁ ବରିଷ୍ଠ ନାଗରିକଙ୍କୁ ସମାଜିକ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଦାବି ବିଷୟରେ ଅବଗତ କରାଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ବେଳେ ଏଓଇପିଏଫ୍‌ଓ ସଭାପତି ଈଶ୍ୱର ରାଉତ, ସମ୍ପାଦକ ଲଚମନ ପାଇକ ଶଶୀଭୁଷଣ ପାଣିଗ୍ରାହୀ, ରମେଶଚନ୍ଦ୍ର ଦାସ, ଲକ୍ଷ୍ମଣ ପରିଡା, ପ୍ରଶାନ୍ତ କୁମାର ଗନ୍ତାୟତ, ମଦନ କୁମାର ଖୋରାଟୀ, ମୁରଲୀଧର ବିଶୋଇ, ଚନ୍ଦ୍ରଶେଖର ମାଳି, ଶ୍ୟାମ ସୁନ୍ଦର ମାଳି, ଦୂଲଭ ଭତରା, ବାସୁଦେବ ପାଇକ ସମେତ ବହୁ ସଦସ୍ୟା ଉପସ୍ଥିତ ରହିଥିଲେ ଏବଂ ଏଓଇପିଏଫ୍‌ଓ ସଙ୍ଘର ଦାବି ପୂର୍ଣ୍ଣ ନହେଲେ ଅଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 + three =