କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ ଫିଟିଲା

0 163

ବୌଦ୍ଧ : ଚଳିତ ବର୍ଷ ସିବିଏସ୍‌ଇ ଦଶମ ପରୀକ୍ଷା ପାଇଁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଭୁବନେଶ୍ୱର ସେଣ୍ଟ ଜାଭିୟର କନଭେଣ୍ଟ ସ୍କୁଲର ୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଆଶା କ୍ଷୀଣ ହେବାକୁ ବସିଥିଲା । ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର ଏହି ୫ ଜଣ ଛାତ୍ରଛାତ୍ରୀ ଶାରୀରିକ ଶିକ୍ଷାକୁ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ତାହା କମ୍ପୁଟର ଶିକ୍ଷା ହୋଇଯାଇଥିଲା । ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ୍ୱ ସେଥିରେ କୌଣସି ପରିବର୍ତ୍ତନ ହେଇ ପାରୁନଥିଲା । ଉକ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ସବୁ ଚେଷ୍ଟା କରି ସରିବା ପରେ ଶେଷରେ ନିରାଶ ହୋଇଥିଲେ,ଯେହେତୁ ୧୮.୧୧.୨୦୨୧ ଦିନ ପରିଚୟ ପତ୍ର ବାହାରିବାର ଥିଲା । ତେଣୁ ଏ ବର୍ଷ ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଆଶା କ୍ଷୀଣ ମନେ ହେଉଥିଲା । ତେବେ ଗତ ୧୫.୧୧.୨୧ ରିଖ ଦିନ ବୌଦ୍ଧର ଛାତ୍ର ସ୍ୱାଧୀନ ମହାକୁଡ଼ଙ୍କ ପରିବାର ଲୋକେ ଜିଲ୍ଲାର ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କୁ ଏ ବିଷୟରେ ଜଣାଇଥିଲେ । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପାଇଲା ପରେ ଶ୍ରୀଯୁକ୍ତ ପ୍ରଧାନ ଏ ବିଷୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାର ତୁରନ୍ତ ସମାଧାନ ଦିଗରେ ଆଲୋଚନା କରିଥିଲେ । ତେବେ ଏ ବିଷୟରେ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେଇ ଗତ ୧୭.୧୧.୨୧ ରିଖ ଦିନ ଉକ୍ତ ସମସ୍ୟାର ସମାଧାନ ହୋଇଥିବା ଉକ୍ତ ବିଦ୍ୟାଳୟ ଓ ଛାତ୍ରଙ୍କ ଠାରୁ ଜଣାପଡିଛି । ତେବେ ୪୮ ଘଣ୍ଟା ମଧ୍ୟରେ ଏପରି ଏକ ଗୁରୁତର ସମସ୍ୟାର ସମାଧାନ କରି ଉକ୍ତ ଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ରାସ୍ତା ପ୍ରଶସ୍ତ କରିଥିବାରୁ ଉକ୍ତ ଛାତ୍ର, ତାଙ୍କ ପରିବାର, ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଅଞ୍ଚଳବାସୀ ସୁଶାନ୍ତ ପ୍ରଧାନ ଓ ବିଶେଷ ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − fourteen =