ନବରଙ୍ଗପୁର:ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜୀବନ୍ତ ବଜ୍ରକାପ୍ତାକୁ ପୁଲିସ ଉଦ୍ଧାର କରିଛି । ବଜ୍ରକାପ୍ତା ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏକ ଜୀବନ୍ତ ବଜ୍ରକାପ୍ତାକୁ ନବରଙ୍ଗପୁର ଥାନା ଅନ୍ତର୍ଗତ ଚିକିଲି-ଧାରନାବେଡା ରାସ୍ତା କଡ଼ରେ ଗୁପ୍ତ ଭାବରେ ବାହାର ରାଜ୍ୟକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ନବରଙ୍ଗପୁର ବନବିଭାଗ ବିଶ୍ୱସ୍ଥସୂତ୍ରରୁ ଖବର ପାଇ ବଜ୍ରକାପ୍ତାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି ।
ଏହା ସହିତ ବଜ୍ରକାପ୍ତା ବିକ୍ରୀ କରିବାକୁ ଚେଷ୍ଟା କରୁଥିବା ଚାରି ଜଣ ଚାଲାଣକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଗୋଟିଏ ସ୍କୁଟି, ଚାରିଟି ମୋବାଇଲ, ଗୋଟିଏ ଖଣ୍ଡା ଓ ଗୋଟିଏ ଟାଙ୍ଗିଆ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ–ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ବୃନ୍ଦାବନ ପୂଜାରୀ, ଚିତ୍ରୋକୋଟ ଗ୍ରାମର ଲୁଥର ଟାକ୍ରି, ରାୟଗଡା ଜିଲାର ଶ୍ରୀପ ହେମ୍ବ୍ରମ ଓ କୋରାପୁଟ ଜିଲା ବୈପାରୀଗୁଡାର ଶୁକ୍ର ମୁଦୁଲି । ସମସ୍ତଙ୍କ ବିରୁଦ୍ଧରେ ବନ ବିଭାଗ ୮୧/୨୧ ନମ୍ବରରେ କେଶ କରି ବିଭିନ୍ନ ସେକ୍ସନ ଲଗାଇ କୋର୍ଟ ଚାଲାଣ କରିଛି । ଉଦ୍ଧାର ଜୀବନ୍ତ ବଜ୍ରକାପ୍ତାର ଓଜନ ୮.୨ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବା ୧୩୪ ସେଣ୍ଟିମିଟର ରହିଥିବା ନବରଙ୍ଗପୁର ଏସିଏଫ ଧନୁର୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଦିନକୁ ଦିନ ଏଭଳି ବନ୍ୟଜନ୍ତୁ ର୍ୟାକେଟ ବୃଦ୍ଧି ପାଉଥିବାରୁ ଆଗକୁ ପୁରାପୁରି ବନବିଭାଗ ସତର୍କ ରହିଥିବା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post