ଆଜି ପ୍ରଦୀପ୍ତ ଡି ଆଡ଼ିକ୍ସନ ସେଣ୍ଟର ସମର୍ପିତ ଓଡ଼ିଶା ଓ ସେବା ଫାଉଣ୍ଡେସନ୍ ର ମିଳିତ ଆନୁକୂଲ୍ୟରେ ପିପିଲି ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ନିଶା ନିବାରଣ କେନ୍ଦ୍ର ରେ ରହି ମାରାତ୍ମକ ନିଶା ଡ୍ରଗ୍ସ କବଳରୁ ମୁକ୍ତ ହୋଇ ରକ୍ତଦାନ ପରି ମହତ ଦାନ କରିଥିଲେ ଏଠାର ଅନ୍ତେବାସୀ ମାନେ। ଏହି ନିଶା ନିବାରଣ କେନ୍ଦ୍ର ର ମୁଖ୍ୟ ରାଜେଶ ମହାପାତ୍ର ଯିଏ କି ଏହି ପଥଭ୍ରଷ୍ଟ ଯୁବକ ମାନଙ୍କର ବ୍ୟକ୍ତିଗତ ତତ୍ୱାବଧାନ ନେଇ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଥିବାରୁ ଅତିଥି ମାନେ ପ୍ରଶଂସା କରିଥିଲେ।
ଆଜିର ଶିବିରରୁ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା।
ସମର୍ପିତ ଓଡ଼ିଶା ତଥା ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀ ସଦାଶିଵ ଜେନା ଆଜିର ଶିବିରରେ ରକ୍ତଦାନ କରିଥିବା ସମସ୍ତ ଅମୃତଦାତା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହ ବିଶେଷ କରି ରାଜେଶ ମହାପାତ୍ର ଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସମର୍ପିତ ଓଡ଼ିଶାର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post