ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ

0 40

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦାନ୍ତ ସମ୍ବନ୍ଧୀୟ ସମସ୍ୟା, ଦୃଷ୍ଟିଶକ୍ତି ଇତ୍ୟାଦି ପରୀକ୍ଷା କରାଯାଇଥିଲା ।
ଏହି ପରୀକ୍ଷା ଗୁରାଣ୍ଡି ସ୍ଥିତ ଚିକିତ୍ସାଳୟର ଡାକ୍ତର ଲିପ୍ସା ମିଶ୍ର ଓ ଫାର୍ମାସିଷ୍ଟ କେ. ସ୍ୱପ୍ନା ଛାତ୍ରୀ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିଥିଲେ ଏବଂ କିଭଳି କରୋନା ସମୟରେ ସଚେତନ ରହିବେ ପରାମର୍ଶ ଦେଇଥିଲେ ।
ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଶୀମତି ଅମ୍ବିକା ଦେବୀ, ବରିଷ୍ଠ ପ୍ରାଧ୍ୟାପିକା ଡ଼. ମନୋଶ୍ୱିନୀ ଦାସ, ପଣ୍ଡିତ ରଘୁନାଥ ପାତ୍ର, ଡ.ନୃସିଂହ ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଆର୍‌.ବି.ଏସ୍‌. କେ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

4 × one =