ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଆନ୍ତରାଜ୍ୟ ସୀମା ଜାମଶଳା ନିକଟ ସୁବର୍ଣ୍ଣରେଖା ନଦୀରୁ ବିରଳ ପ୍ରଜାତିର ଏକ ମାଛ ସ୍ଥାନୀୟ ମାଛ ଧରାଳିଙ୍କ ଜାଲରେ ଧରାପଡିଛି । ସବୁଦିନ ପରି ଆଜି ମଧ୍ୟ ଡଙ୍ଗା ସାହାଯ୍ୟରେ ସ୍ଥାନୀୟ ମାଛ ଧରାଳି ନଦୀକୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ଜାଲରେ ଧାରା ପଡିଥିଲା । ଉକ୍ତ ମାଛକୁ ଜାମଶଳା ସ୍ଥିତ ବାବୁ ନାମକ ମାଛ ବ୍ୟାପାରୀଙ୍କୁ ବିକ୍ରି କରିଥିବା ବେଳେ ସେ ମାଛକୁ ନିଜ ଗାଡ଼ିଆରେ ଛାଡିବେ ବୋଲି କହିଛନ୍ତି ।