ସ୍ୱତନ୍ତ୍ର କୀ’ବୋର୍ଡ ଉନ୍ମୋଚନ ସହିତ ସମ୍ବଲପୁରୀ ଲିପି ଦିନ ପାଳିତ

0 97

ସମ୍ବଲପୁର :ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଠାରେ ବିଶେଷ ପୂଜାର୍ଚ୍ଚନା ସହିତ ଆଜିକାର ଦିନରେ ସମ୍ବଲପୁରୀ ଲିପି ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଏହି ଲିପି ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ଏକ କୀବୋର୍ଡର ମଧ୍ୟ ଉନ୍ମୋଚନ ହୋଇଥିଲା । ଯାହାକି ଉନ୍ମୋଚନ ପୂର୍ବରୁ ପୂଜାର୍ଚ୍ଚନା ସହିତ ମାଁ ସମଲେଈଙ୍କ ଠାରେ ସମର୍ପଣ କରାଗଲା । ଆଜି ସୋମବାର ଦିନ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା ଥିବାରୁ ମୁଖ୍ୟ ପୂଜକ ଅମ୍ବିକା ରାଏ ନିଜେ ଏହାର ପୂଜାର୍ଚ୍ଚନା କରି ଆଣିଥିଲେ । ଏହି ଅବସରରେ ସମ୍ବଲପୁରୀ ଲିପିରେ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା “ପଝରେନ’ ସହିତ କାବ୍ୟ “ଜୀବନକାର୍ଯ୍ୟ’ ମଧ୍ୟ ଉନ୍ମୋଚିତ କରାଗଲା । ଏହା ଦ୍ୱାରା ସମ୍ବଲପୁରୀ ଲିପି ସହିତ ଏହି ଭାଷା ସାହିତ୍ୟର ବିଶେଷ ଭାବରେ ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଶା କରାଯାଉଛି ।

hiring

ଲିପି ଉଦ୍ଭାବକ ହେମକାନ୍ତ ସାହୁ ଓ କୀ ବୋର୍ଡ ବିକାଶକ ପୋଲସ୍ତ ସାହା ଓ ତାଙ୍କର ସହକର୍ମୀ ମନୋଜ ଜୟପୁରୀଆ ଏଥିପାଇଁ ବିଶେଷ ଉତ୍ସାହିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ, ଗୀତିକାର ଓ ଲୋକକଳାକାର ଡ଼ା ଶ୍ୟାମସୁନ୍ଦର ଧର, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ଆବାହକ ଭବାନୀଶ ଭୋଇ ଓ ଅନ୍ୟତମ କର୍ମକର୍ତ୍ତା ପଙ୍କଜିନୀ ମେହେର, ଇତିହାସ ଗବେଷକ ଆନନ୍ଦ ସାଗର ଦାଶ, ଅଧିବକ୍ତା ଜୟକୃଷ୍ଣ ବେହେରା ଓ ସାମାଜିକ କର୍ମୀ ରାଜେଶ ବେହେରା ପ୍ରମୁଖ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =