ରାଜ୍ୟରେ ପୁଣି ୧୬୪୩ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୪୪୧୯୩କୁ ଛୁଇଁଲା

0 199

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟରେ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୨୫ ଲୋକାଲ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୬, ବାଲେଶ୍ୱରରୁ ୭୩, ବରଗଡ ଜିଲ୍ଲାରୁ ୭, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୪୩, ବୌଦ୍ଧ ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୯୮, ଢେଙ୍କାନାଳ ଜିଲ୍ଲାରୁ ୩୬, ଗଜପତି ଜିଲ୍ଲାରୁ ୩୫, ଗଞ୍ଜାମ ଜିଲ୍ଲାରୁ ୨୭୪, ଜଗତସିଂପୁର ଜିଲ୍ଲାରୁ ୨୧, ଯାଜପୁର ଜିଲ୍ଲାରୁ୩୬, ଝାରସୁଗୁଡା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୫୨, କେନ୍ଦ୍ରାପଡା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୨୭୪, କୋରାପୁଟ ଜିଲ୍ଲାରୁ ୫୦, ମାଲକାନାଗିରି ଜିଲ୍ଲାରୁ ୨୭, ମୟୁରଭଞ୍ଜ ଜିଲ୍ଲାରୁ ୩୯, ନବରଙ୍ଗପୁର ଜିଲ୍ଲାରୁ ୫, ନୟାଗଡ ଜିଲ୍ଲାରୁ ୪୦, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୯୨, ରାୟଗଡା ଜିଲ୍ଲାରୁ୧୩୬, ସମ୍ବଲପୁର ଜିଲ୍ଲାରୁ ୧୧୨ ଓ ସୁନ୍ଦରଗଡ ଜିଲ୍ଲାରୁ ୧୧୮ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪୧୯୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୮୬୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୧୮୯ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

two + fourteen =