ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

0 83

ଭୁବନେଶ୍ୱର : କୋଭିଡ ୧୯ ଗାଇଡଲାଇନକୁ ଅନସରଣ କରି ଆଜି ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ନୀତି ଓ ହାତୀ ବେଶ ସଂପନ୍ନ ହୋଇଛି । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣରୁ ସ୍ନାନଯାତ୍ରାର ଦୃଶ୍ୟ ଦେଖି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀକ୍ଷେତ୍ରବାସୀ ବ୍ୟାରେକେଡ ବାହାରେ ସାମାଜିକ ଦୂରତାରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଦର୍ଶନ କରିଛନ୍ତି । ଶ୍ରୀଜିଉମାନେ ଏହି ଅବସରରେ ସ୍ନାନମଣ୍ଡପରେ ହାତୀ ବେଶରେ ଦର୍ଶନ ଦେଇ ଭକ୍ତମାନଙ୍କର ମନସ୍କାମନାକୁ ପୂରଣ କରିଛନ୍ତି ।

ଅନ୍ୟ ପକ୍ଷରେ ଶ୍ରୀଜିଉମାନଙ୍କର ପ୍ରଥମ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ରଥଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାମରେ ଛେରାପହଁରା କରିନାହାନ୍ତି । ତାଙ୍କ ଅନୁପସ୍ଥିତିରେ ମୁଦିରସ ସେବାୟତ ଛେରାପହଁରା କରିଛନ୍ତି । ଗଜପତି ମହାରାଜାଙ୍କର ପ୍ରତିନିଧି ଭାବେ ସେ ଛେରାପହଁରା କରି ବିଧି ପାଳନ କରିଛନ୍ତି । ତେବେ ଏ ସଂପର୍କରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଶ୍ରୀମନ୍ଦିରର ପ୍ରଚଳିତ ପରଂପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ ସେବାୟତ ଛେରାପହଁରା କରିପାରିବେ । ତେବେ ସେ ଦୁଇଟି କାରଣରୁ ଛେରାପହଁରା କରିନାହାନ୍ତି ।

hiring

ରାଜ୍ୟ ସରକାର କୋଭିଡ-୧୯ ନିୟମ ଅନୁଯାୟୀ ଧାର୍ମିକ ସ୍ଥଳୀରେ ୭ଜଣରୁ ଅଧିକ ସମବେତ ହେବାକୁ ବାରଣ ଥିବାରୁ ସେ ଛେରାପହଁରା ପାଇଁ ଯାଇନାହାନ୍ତି ଏବଂ ୬୦ବର୍ଷରୁ ଅଧିକ ବୟସର ଲୋକ ବାହାରକୁ ଯିବା ଉପରେ କୋଭିଡ ୧୯ର ବାରଣ ଥିବାରୁ ସେ ଛେରାପହଁରା କରିବାକୁ ଉଚିତ୍ ମନେ କରିନାହାନ୍ତି । ଏହା ପୂର୍ବରୁ ସେ ଦୁଇଥର ଛେରାପହଁରା କରିନଥିଲେ । ଏଲ୍ଏଲ୍ବି କରିବା ଅବସରରେ ଲଣ୍ଡନରେ ଥିବାରୁ ଛେରାପହଁରା କରିପାରିନଥିଲେ ।

ସେହିଭଳି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ ମଧ୍ୟ ଆଜି ଶ୍ରୀଜିଉଙ୍କ ସ୍ନାନ ମଣ୍ଡପକୁ ଆସିନଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଶ୍ରୀଜିଉଙ୍କର ସ୍ନାନପୂର୍ଣ୍ଣିମା ଶେଷ ହୋଇଛି । ଶ୍ରୀମନ୍ଦିରରୁ ଶ୍ରୀଜିଉ ବାହାରି ସ୍ନାନବେଦୀରେ ୧୦୮ ଗୋରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ଦର୍ଶନ ଦେଇଛନ୍ତି । କରୋନା ପାଇଁ ଭକ୍ତ ସମାଗମକୁ ପୁରୀରେ ବାରଣ କରାଯାଇଥିଲା । ମନ୍ଦିର ଓ ଚତୁଃପାଶ୍ୱର୍ ଅଂଚଳରେ ୧୪୪ ଧାରା ଥିଲା । ଆଇନ ଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 − four =