ବୌଦ୍ଧ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟପ୍ରାଣୀ ଶିକାର

0 2,330

ବୌଦ୍ଧ:- ବୌଦ୍ଧ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ମାନଙ୍କରୁ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ବନବିଭାଗ ସେମାନଙ୍କୁ ଧରିବାରେ କାଁଭାଁ ସଫଳ ହେଉଛନ୍ତି । କୌଣସି ସ୍ଥାନରେ ବନ୍ୟପ୍ରାଣୀ ଶିକାର ସଂପର୍କରେ ସ୍ଥାନୀୟ ଲୋକ ସୂଚନା ଦେଲେ ଯାଇ ହିଁ ଚଢଉ କରାଯାଉଛି । ବନବିଭାଗ ପକ୍ଷରୁ ସୂଚନା ସଂଗ୍ରହ ସକାଶେ ସେତିକି ସାଧନ ନଥିବା ହେତୁ ଏପରି ହେଉଥିବା ଆଲୋଚନା ହେଉଛି । ଗତକାଲି ସକାଳେ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୫୯କେଜି ଓଜନର ମୃତ ସମ୍ବର ଜବତ ସହିତ ୨ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିଲେ ମଧ୍ୟ ଏଥିରେ ସଂପୃକ୍ତ ୪ଜଣ ଫେରାର ହୋଇଯିବାରେ ସଫଳ ହେବା ବିନବିଭାଗର ପାରଦର୍ଶିତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବର୍ଷତମାମ ଶହଶହ ସଂଖ୍ୟାରେ ବନ୍ୟପ୍ରାଣୀ ଶିକାର ବିଭିନ୍ନ ବନାଞ୍ଚଳରେ ହେଉଥିଲେ ମଧ୍ୟ ବନବିଭାଗ ମାତ୍ର ୪/୫ଟି ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥାଏ । ସାଧାରଣଲୋକଙ୍କ ଠାରୁ ସୂଚନା ପାଉଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବାରୁ ବନ୍ୟଜନ୍ତୁ ଶିକାରର ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଥିବା ଅଭିଯୋଗ ହୁଏ ।
ଖରା ସମୟରେ ପାଣି ପିଇବାକୁ ନିର୍ଦ୍ଦିଷ୍ଟ ନାଳ, ପୋଖରୀମାନଙ୍କୁ ବନ୍ୟଜନ୍ତୁମାନେ ଆସୁଥିବାରୁ ଶିକାରୀମାନେ ସେଠାରେ ଛପି ପ୍ରତିଦିନ ଶିକାର କରିଥାନ୍ତି । ବନବିଭାଗ ସେହି ସ୍ଥୁାନଗୁଡିକୁ ଚିହ୍ନଟକରି ସେଠାରେ କର୍ମଚାରୀମାନଙ୍କୁ ନିୟୋଜିତ କରି ପହରା ଦେଲେ ଅବାଧ ବନ୍ୟଜନ୍ତୁ ଶିକାରକୁ ପ୍ରତିରୋଧ କରାଯାଇପାରିବ ବୋଲି ଜନସାଧାରଣରେ ଦାବି ହେଉଛି । ସେହିପରି ବନ୍ୟଜନ୍ତୁ ଶିକାର ସଂପର୍କିତ ସୂଚନା ପାଇବାମାତ୍ରେ ହିଁ ଚଢାଉ କରାଗଲେ ବନ୍ୟଜନ୍ତୁ ଶିକାରୀମାନେ ଖସିଯିବାକୁ ସୁଯୋଗ ପାଇପାରିବେ ନାହିଁ ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

sixteen − eleven =