ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉନ୍ନତି ସାମାନ୍ୟ ଆଶ୍ୱସ୍ତି ଆଣିଛି: ଆଜି ନୂଆ ୫୬ଜଣ ପଜିଟିଭ ଚିହ୍ନଟ

0 81

ସମ୍ବଲପୁର : ଦୀର୍ଘ ମାସାଧିକ କାଳ ପର୍ଯ୍ୟନ୍ତ ସଂକଟ ଦେଇ ଗତି କଲା ପରେ ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କିଛି ବାଟକୁ ଆସି ଥିବାରୁ ଏଠାରେ ଲୋକେ ସାମାନ୍ୟ ଆଶ୍ୱସ୍ତି ରହିଛନ୍ତି । ଗତ ତିନିଦିନ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ନିରନ୍ତର ହ୍ରାସପାଉଛି, ଯାହାକି ମାସାଧିକ କାଳ ପର୍ଯ୍ୟନ୍ତ ଦୈନିକ ଶତାଧିକ ରହୁଥିଲା । ସ୍ଥିତିରେ ଏହି ସାମାନ୍ୟ ଉନ୍ନତିକୁ ନେଇ ଏକ ଭିନ୍ନ ମତାନୁସାରେ ବର୍ତ୍ତମାନ କୋଭିଡ ପରୀକ୍ଷା କମେଇ ଦିଆଯାଇଛି, ଯେଉଁଥି ପାଇଁ ଦୈନିକ ଚିହ୍ନଟଙ୍କ ସଂଖ୍ୟା ମଧ୍ୟ କମିଯାଉଛି । ଯେହେତୁ ପ୍ରଶାସନିକ କାର୍ଯ୍ୟରେ କୌଣସି ପାରଦର୍ଶିତା ଅବଲମ୍ବନ କରାଯାଉ ନାହିଁ, ଏଣୁ ଜନସାଧାରଣଙ୍କ ମନରେ ଏହାକୁ ନେଇ ସ୍ୱାଭାବିକ ଭାବରେ ଦ୍ୱନ୍ଧ୍ୱ ଲାଗି ରହିଛି । ଆଜି ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲା ରେ ନୂଆ ୫୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୭୨୭୬ ହୋଇଛି । ଏମାନଙ୍କ ମଧ୍ୟରୁ ୬୧୨୦ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି, ଏଣୁ ସୁସ୍ଥତାହାର ୮୮.୭୭ ପ୍ରତିଶତ ଓ ୨୪ ଜଣଙ୍କ ମୃତ୍ୟୁ ପରେ ଏହାର ହାର ୦.୩୩ ପ୍ରତିଶତ ରହିଛି । ଏହା ସହିତ ସକ୍ରିୟ ହାର ୧୪.୯୦ ପ୍ରତେ ସହିତ ବାକି ୧୧୩୨ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଅବ୍ୟହତ ରହିଛି ।

hiranchal ad1
Leave A Reply

Your email address will not be published.

one × 1 =